ଗାଇସିଲାଟ-ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲାଟର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀଙ୍କ ଧର୍ମପତ୍ନୀ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ତ୍ରିପାଠୀଙ୍କ ରାୟପୁରସ୍ଥିତ ଏକ ଘରୋଇ ଡାକ୍ତର ଖାନ ରେ ଇହଲୀଳା ସମ୍ବରଣ କରିଛନ୍ତି । ତାଙ୍କର ମରଶରୀରକୁ ପଦ୍ମପୁର ଅଣାଯାଇ ପୁରୋହିତ କଲ୍ୟାଣମଣ୍ଡପ ଠାରେ ୧୧:୩୦ ରୁ ୧୨:୩୦ ପର୍ଯ୍ୟନ୍ତ ଅନ୍ତିମ ଦର୍ଶନ ପାଇଁ ରଖାଯାଇଥିଲା । ତାପରେ ସେଠାରୁ ତାଙ୍କ ଭେଲୁଆପଦରସ୍ଥିତ ନିଜ ବାସଭବନକୁ ଅଣାଯାଇ ସେଠାରେ ସ୍ଵର୍ଗଦ୍ଵାରରେ ବିଧିଅନୁସାରେ ଶବଦାହ କରଯାଇଥିଲା ।
ତାଙ୍କର ଜୈଷ୍ଠ୍ୟପୁତ୍ର ଶାଶ୍ଵତ ତ୍ରିପାଠୀ ମୁଖାଗ୍ନି ଦେଇଥିଲେ । ଏହି ଶୋକାକୁଳ ପରିବେଶରେ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲାଟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତିରେ ଆଜି ଏକ ଶୋକସଭାର ଆୟୋଜନ କରାଯାଇଥିଲା । ସ୍ଵର୍ଗୀୟା ତ୍ରିପାଠୀଙ୍କ ବିଷୟରେ ପ୍ରାଣୀବିଭାଗ ପ୍ରାଧ୍ୟାପକ ସୁଦୀପ୍ତ କୁମାର ଦାଶ ସମ୍ୟକ ସୂଚନା ଦେବାପରେ, ଭାରପ୍ରାପ୍ତ ଅଧ୍ୟକ୍ଷ ସୁବାଶ ଚନ୍ଦ୍ର ମାଝି ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟର ନୀରବ ପ୍ରାର୍ଥନା ପାଇଁ ସମସ୍ତଙ୍କୁ କହିଥିଲେ । ଏହାପରେ ମହାବିଦ୍ୟାଳୟର ସମସ୍ତ ଶ୍ରେଣୀର ଅଧ୍ୟାପନାକୁ ବାତିଲ କରାଯାଇଥିଲା ।