Sunday, April 20, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଗାଁ କୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଦାରଖ କଲେ ବିଡ଼ିଓ ।

ଗାଁ କୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଦାରଖ କଲେ ବିଡ଼ିଓ ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବିଡ଼ିଓ ଶ୍ରୀଯୁକ୍ତ ଲକ୍ଷ୍ମଣ ମାଝି ନିଜ ଅଧିକାରୀ ଅଭୟ ପ୍ରଧାନ ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ଗ୍ରାମୀଣ ଗୃହ ବିଭାଗ ଏବଂ ଗ୍ରାମ ରୋଜଗାର ସେବକ ରିନା ପାଣ୍ଡେଙ୍କୁ ନେଇ ଆଜି କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଲିଆରୀ ଗ୍ରାମରେ ପହଞ୍ଚି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କ ଘର ଘର ବୁଲି ତଦାରଖ କରିଥିଲେ । ଯେଉଁ ହିତାଧିକାରୀ ମାନେ ଘର ପାଇ କାମ ଆରମ୍ଭ କରୁନାହାନ୍ତି ତାଙ୍କୁ ତାଗିଦ କରିବା ସହ ଯେଉଁ ମାନେ ଅଧାପନ୍ତରିଆ କାମ କରିଛନ୍ତି ଖୁବ୍ ଶୀଘ୍ର କାମ ସଂପୂର୍ଣ୍ଣ କରିବା ପାଇଁ ନିର୍ଦେଶ ଦେଇଥିଲେ ।

ଗାଁ ରେ ବୁଲୁଥିବା ସମୟରେ ହଟାତ ଏକ ଭଙ୍ଗା ଦଦରା ଘରେ ନଜର ପଡ଼ିଥିଲା ତେବେ ମାନବିକତା ଦୃଷ୍ଟିରୁ ବିଡ଼ିଓ ମହାଶୟ ଯେଉଁ ବ୍ୟକ୍ତି ମାନେ ଆବାସ ଯୋଜନା ପାଇ ନାହାନ୍ତି ଓ ସେମାନେ ଭଙ୍ଗା ଦଦରା ଘରେ ରହୁଛନ୍ତି ସେମାନଙ୍କ ପାଖରେ ପହଞ୍ଚି ତାଙ୍କ ଦୁଃଖ ସୁଖ ବୁଝିବା ସହ ଯଥା ଶୀଘ୍ର ତାଙ୍କୁ ଆବାସ ଯୋଜନା ରେ ସାମିଲ କରି ଘର ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଏଭଳି କାମ ପାଇଁ ଗ୍ରାମବାସୀ ଖୁବ୍ ପ୍ରଶଂସା କରିଛନ୍ତି ।

error: Content is protected !!