ପାଇକମାଲ- ବର୍ତ୍ତମାନର ୫ଜି ଯୁଗରେ ଆଜି ମଧ୍ୟ ଅନେକ ଗାଁ ରହିଯାଇଛି ଯେଉଁଠି ମୋବାଇଲ ନେଟୱର୍କ ସାତ ସପନ ହୋଇ ପଡିଛୀ । ପଦ୍ମପୁର ଉପଖଣ୍ଡର ଓଡିଶା ଛତିଶଗଡ ସିମାନ୍ତ ବ୍ଲକ ଅନ୍ତର୍ଗତ ଲଉଡିଦର୍ହା ପଂଚାୟତ ଅନ୍ତର୍ଗତ ନିଲଜିପତ୍ରା ଗାଁ ରେ ଆଜି ମଧ୍ୟ ଉଠାକାର ଲୋକମାନେ ମୋବାଇଲ ନେଟୱର୍କ ପାଇଁ ବହୁ ଅସୁବିଧା ଭୋଗୁଥିବା ଅଭିଯୋଗ ହେଉଛି ।
ପିଲାଙ୍କ ପାଠପଢା ହେଉ ଅବା ସ୍ୱାସ୍ଥ୍ୟସେବା ସବୁରେ ବର୍ତ୍ତମାନ ମୋବାଇଲ ନେଟୱର୍କ ନିହାତି ଆବଶ୍ୟକ , ହେଲେ ତାହା ଏହି ଗାଁ କୁ ଅପହଂଚ । ଏହି ସବୁ ଅସୁବିଧା ଯୋଗୁଁ ବାଳକୃଷ୍ଣ ପଟେଲଙ୍କ ନେତୃତ୍ୱରେ ଗାଁର ଯୁବ ଗୋଷ୍ଟୀ ପାଇକମାଲ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ବରଗଡ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି ।
ଏହି ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଚିନ୍ତାମଣି ପଟେଲ,ନବିନ ପଟେଲ,ସଂଜୟ ସାହୁ,ଚୁଡାମଣି ପ୍ରଧାନ,ଉଦ୍ଧବ ପଟେଲ,ସଦନ ନାୟକ ତଥା ଅନେକ ଯୁବକ ଉପସ୍ଥିତ ଥିଲେ ।