Saturday, March 7, 2026
Homeରାଜ୍ୟଗରିବ ଛାତ୍ରଙ୍କୁ “ଫିଡ୍” ଟ୍ରଷ୍ଟ ତରଫରୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ।

ଗରିବ ଛାତ୍ରଙ୍କୁ “ଫିଡ୍” ଟ୍ରଷ୍ଟ ତରଫରୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ।

ପଦ୍ମପୁର-ବରଗଡ଼ର ଦାତବ୍ୟ ଅନୁଷ୍ଠାନ“ଫିଡ୍” (ଫାଉଣ୍ଡେସନ୍ ଫର୍ ଏଜୁକେସନାଲ୍ ଏଣ୍ଡ୍ ଇକୋନୋମିକ୍ ଡେଭେଳପମେଣ୍ଟ୍) ତରଫରୁ ମେଲଛମୁଣ୍ଡା ଥାନା ଅନ୍ତର୍ଗତ ପଣ୍ଡରିପାଣି ଗ୍ରାମର ଶ୍ରୀ ୱିଲିଅମ ସାଗର, ପିତା- ଗୌରାଙ୍ଗ ସାଗରଙ୍କୁ BSc Nursing ଦ୍ବିତୀଯ଼ ବର୍ଷର ନାମ ଲେଖାଇବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ୱିଲିଅମଙ୍କ ବାପାଙ୍କ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ପୁଅର ରି ଆଡମିସନ ପାଇଁ ସେ “ଫିଡ୍” ଟ୍ରଷ୍ଟର ଦ୍ବାରସ୍ଥ ହୋଇଥିଲେ। ତାଙ୍କର ଆର୍ଥିକ ପରିସ୍ଥିତିକୁ ଅନୁଧ୍ୟାନ କରି ‘“ଫିଡ୍” ଟ୍ରଷ୍ଟ ତରଫରୁ ଶ୍ରୀ କ୍ରୀଷ୍ଣା ସୁନା, ଶ୍ରୀ ସୁଦନ କୁଅଁର ପ୍ରମୁଖ ଗତ ୧୧ ତାରିଖ ଗୁରୁବାର ଦିନ ୱିଲିଅମଙ୍କ ଘରକୁ ଯାଇ ତାଙ୍କ ବାପାଙ୍କୁ ରି ଆଡମିସନ ବାବଦରେ ଆବଶ୍ୟକ ଅର୍ଥ ରାଶି ପ୍ରଦାନ କରିଥିଲେ।

ଠିକ ସେହିପରି, ସୋହେଲା ବ୍ଳକ ଅଧିନସ୍ଥ କେନ୍ଦମୁଣ୍ଡି ଗ୍ରାମର ନିର୍ମାଲ୍ୟ ମହାନନ୍ଦ, ମାତା- ବିଳାସିନୀ ମହାନନ୍ଦଙ୍କର +୩ ରେ ନାମ ଲେଖାଇବା ନିମନ୍ତେ “ଫିଡ୍” ଟ୍ରଷ୍ଟ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ନିର୍ମାଲ୍ୟର ବାପା ଏ ଦୁନିଆଁରେ ନାହାନ୍ତି, ତାର ମା ଦିନ ମଜୁରି କାମ କରି ପରିବାର ପୋଷଣ କରନ୍ତି। ପୁଅର ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସକ୍ଷମତା ନ ଥିବାରୁ “ଫିଡ୍” ଟ୍ରଷ୍ଟର ସହୟତା ଲୋଡ଼ିଥିଲେ। ତାଙ୍କର ଆର୍ଥିକ ପରିସ୍ଥିତିକୁ ଅନୁଧ୍ୟାନ କରି “ଫିଡ୍” ଟ୍ରଷ୍ଟ ତରଫରୁ ଶ୍ରୀ ସୁବାସ ତାଣ୍ଡି, ଶ୍ରୀମତୀ ଜମ୍ବୋବତୀ ସୁନା, ଶ୍ରୀ ଜୟସିଂହ ମହାନନ୍ଦ, ଶ୍ରୀ ଲୋକେଶ୍ୱର ମହାନନ୍ଦ ଆଦି ଶିକ୍ଷକ ଶିକ୍ଷୟିତ୍ରୀ ଗତ ୧୨.୦୯.୨୦୨୫ ତାରିଖ ଶୁକ୍ରବାର ଦିନ କେନ୍ଦମୁଣ୍ଡି ଗ୍ରାମକୁ ଯାଇ ସହଯୋଗ ରାଶି ପ୍ରଦାନ କରିଥିଲେ “ଫିଡ୍”ର ଏହି ଉଦ୍ୟମ ୱିଲିୟମ୍ ଏବଂ ନିର୍ମାଲ୍ୟଙ୍କ ଉଚ୍ଚଶିକ୍ଷାକୁ ଆଗେଇ ନେବାରେ ଏକ ଉଲ୍ଲେଖନୀୟ ପଦକ୍ଷେପ ହୋଇଛି, ଯାହା ଅନ୍ୟ ଆର୍ଥିକ ଦୁର୍ବଳ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ସାଜିବ।

error: Content is protected !!