
ପାଇକମାଲ-ଗନ୍ଧମାର୍ଦ୍ଧନ ବଞ୍ଚାଓ ବାଲକୋ ହଟାଓ ଆନ୍ଦୋଳନରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିବା ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସାଲେପାଲି ଗ୍ରାମର ଦଶରଥ ବେହେରା ୯୩ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି । ସାଲେପାଲି ଠାରେ ପୋଲିସ ଦ୍ଵାରା ହୋଇଥିବା ଲାଠି ଚାଳନାକୁ ବିରୋଧ କରି ପୋଲିସ ସହିତ ଧସ୍ତା ଧୁସ୍ତୀ ହୋଇ ଥିଲେ । ଯାହା କି ସେ ସମୟରେ ଯୁବ ସଂଗ୍ରାମୀ ମାନଙ୍କ ଏକ ପ୍ରେରଣା ହୋଇଥିଲେ । ସ୍ବର୍ଗତ ବେହେରାଙ୍କ ଦେହାନ୍ତ ପରେ ତାଙ୍କର ଏକ ମାତ୍ର ପୁତ୍ର ଦେବେନ୍ଦ୍ର ବେହେରାଙ୍କ ସମେତ ପରିବାରବର୍ଗଙ୍କୁ ଛାଡି ଯାଇଛନ୍ତି ।



