Saturday, March 7, 2026
Homeରାଜ୍ୟଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୪୧ ତମ ବାର୍ଷିକ ସମାବେଶ ।

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୪୧ ତମ ବାର୍ଷିକ ସମାବେଶ ।

ପlଇକମାଳ-ଐତିହାସିକ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ” ବାଳକୋ ହଟାଓ – ଗନ୍ଧମାର୍ଦ୍ଦନ ବଞ୍ଚାଓ ” ର ୪୧ତମ ବାର୍ଷିକ ସମାବେଶ ନୃସିଂହନାଥ ଠାରେ ପାଳିତ ହୋଇଯାଇଛି। ସର୍ବ ପ୍ରଥମେ ନୃସିଂହନାଥ ମନ୍ଦିର ମହାପ୍ରଭୁ ନୃସିଂହନାଥ ଠାରୁ ମଶାଲ ଶୋଭାଯାତ୍ରା କରା ଯାଇଥିଲା।ପାଇକମାଳ,ଝାରବନ୍ଧ,ପଦ୍ମପୁର,ଖପ୍ରାଖୋଲ,ଗାଇସିଲେଟ ଓ ଛତିଶଗଡ଼ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଗନ୍ଧମାର୍ଦ୍ଦନ ଆନ୍ଦୋଳନ କର୍ମୀମାନେ ଭାଗବତ ତତ୍ତ୍ଵ ଆଶ୍ରମ ପହଞ୍ଚିବା ପରେ ସଭା କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା। ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିରେ ପୂର୍ବତନ ଆବାହକ ତଥା ସାଂସଦ ପ୍ରଦୀପ ପୁରୋହିତଙ୍କ ଦ୍ଵାରା ପୂଜାର୍ଚ୍ଚନା ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ବରିଷ୍ଠ ନାରୀ ନେତ୍ରୀ ଜମ୍ବୋବତୀ ବିଜରା ଓ ପ୍ରତିମା ବଗାର ସଭାପତିତ୍ବରେ ଅନୁଷ୍ଠିତ ସଭାକୁ ଆବାହକ ଶ୍ରୀ ଦୁର୍ଯୋଧନ ପୁଟା ପରିଚାଳନା କରିଥିଲେ ।

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଦିବ୍ୟଙ୍ଗତ ସ୍ବର୍ଗତ ସଂଗ୍ରାମୀ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା । ବର୍ତ୍ତମାନ ଅଞ୍ଚଳରେ ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷା ନେଇ ଚର୍ଚ୍ଚିତ ଥିବା ବେଳେ ଆଜି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତାର ୪୧ତମ ବାର୍ଷିକ ସମାବେଶରେ ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ହଜାର ହଜାର ସଂଖ୍ୟାରେ ସାମିଲ ହୋଇ ସଂକଳ୍ପ ନେଇଛନ୍ତି।ଏ ଅବସରରେ ଦିବ୍ୟଗତ ଆନ୍ଦୋଳନ କର୍ମୀ ମାନଙ୍କୁ ମରଣତ୍ତୋର ଭାବେ “ଗନ୍ଧମାର୍ଦ୍ଦନ ଗୌରବ ସମ୍ମାନ”ରେ ସଂଗ୍ରାମୀ ପରିବାର ସ୍ବର୍ଗତ ମାଧବ ସିଂ ଠାକୁରଙ୍କ ଧର୍ମପତ୍ନୀ ଗୀତାଞ୍ଜଳି ଠାକୁର,ସ୍ବର୍ଗତ ସନ୍ଥ ରଘୁନାଥ ଜି ପଟ୍ଟଶିଷ୍ୟ ଧର୍ମଚାନ୍ଦ,ସ୍ବର୍ଗତ ଶଶି ପାଣ୍ଡେଙ୍କ ପୁଅ ଡୋଲାମଣି ପାଣ୍ଡେ,ସ୍ବର୍ଗତ ସୁଆଦେଇ ଧରୁଆ ପୁତ୍ରବଧୂ ସାଏବନି ଧରୁଆ ପ୍ରମୁଖ ପରିବାର ବର୍ଗଙ୍କୁ ପ୍ରଦାନ କରା ଯାଇଥିଲା।

ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ଅତୀତରେ ଆନ୍ଦୋଳନର ନେତୃତ୍ଵ ନେଇ ଥିବାବେଳେ ଆଜି ଦିନରେ ମଧ୍ୟ ଯେ କୌଣସି କମ୍ପାନୀ ସରକାର ଗନ୍ଧମାର୍ଦ୍ଦନ ପାହାଡ଼ରେ ଖଣିଖଳନ କରିବାକୁ ଆସେ ତେବେ ତୀବ୍ର ବିରୋଧ କରାଯିବ ବୋଲି କହି ମୋର ଶେଷ ରକ୍ତ ବିନ୍ଧୁ ଥିବା ପର୍ଯ୍ୟନ୍ତ ଗନ୍ଧମାର୍ଦ୍ଦନ ଖଣି ଖଳନ କରିବାକୁ ଦିଆଯିବ ନାହିଁ ବୋଲି ଘୋଷଣା କରିଥିଲେ ସାଂସଦ ପ୍ରଦୀପ ପୁରୋହିତ। ଉକ୍ତ ସମାବେଶରେ ବରିଷ୍ଠ ସଂଗ୍ରାମୀ ସଂଗ୍ରାମୀ ଗଙ୍ଗାଧର ସାହୁ,ଭାଗବତ ବେହେରା,ପୂର୍ବତନ ଆବାହକ ରାହାସ ସାହୁ,ଶ୍ରୀ ଧିରେନ ମହାନ୍ତି,ରଘୁବିର ସିଂ ବରିହା,ଦିଲ୍ଲୀପ ବେହେରା ଓ ସୁରେଶଚନ୍ଦ୍ର ପ୍ରଧାନ,ଝସକେତନ୍ ସାହୁ,ଶୁକ୍ରୁ ସାହୁ,ହଜାରୁ ମଲ୍ଲିକ,ଯୌତି ସାହୁ, ଲରୁକ୍ମଣ ସେଠ,ବିନୋଦ ସେଟ, ଦୟାନନ୍ଦ ମାଝୀ,ଶ୍ୟାମ ଧରୁଆ,ଗଜରାଜ ଡନସନା,ନରହରି ପାଣ୍ଡେ, ବିରାଲାଲ ଧରୁଆ,କ୍ରୀତନ ଦାଉ,ଗୌରହରି ସାହୁ, ପୁର ନ୍ଦରବାଗ, ଦୁଲାମାଣି ବଛା,ବିପିନ ପ୍ରଧାନ,ଓଁକାନ୍ତି ସାହୁ, ଯଶୋଦା ସାହୁ, ସାଇବl ନି ଧରୁଆ, ଅଲକ ଧରୁଆ ପ୍ରମୁଖ ଯୋଗ ଦେଇଥିଲେ। ପରିଶେଷରେ ପୂର୍ବତନ ଆବାହକ ଭୀଷ୍ମଦେବ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!