Saturday, April 19, 2025
spot_imgspot_imgspot_img
Homeଅଘଟଣଗନ୍ଧମାର୍ଦ୍ଦନ ପର୍ବତରେ ଲାଗିଲା ନିଆଁ: ନିଆଁର ଆୟତ୍ତ କରିବାରେ ଫେଲ ମାରୁଛି ବନ ବିଭାଗ ।

ଗନ୍ଧମାର୍ଦ୍ଦନ ପର୍ବତରେ ଲାଗିଲା ନିଆଁ: ନିଆଁର ଆୟତ୍ତ କରିବାରେ ଫେଲ ମାରୁଛି ବନ ବିଭାଗ ।

ପାଇକମାଳ-ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଜଙ୍ଗଳ ବିଭାଗ ଦ୍ଵାରା ବିଭିନ୍ନ ଯୋଜନା ମାଧ୍ୟମରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ସ୍ଥାୟୀ ଜଙ୍ଗଳ ଥିବା ପର୍ବତରେ ବୃକ୍ଷ ଲତା,ଜୀବଜନ୍ତୁ,ସରୀସୃପ,ଔଷଧୀୟ ବୃକ୍ଷ,ଲତା ଆଦିକୁ ସୁରକ୍ଷା ନିମିତ୍ତ ଖର୍ଚ୍ଚ ହେଉଛି ଅଜସ୍ର ଟଙ୍କା। ବନୀକରଣ,ଚାର ଉଦ୍ଦିକରଣ,ଜଳ ଉତ୍ସ ସଂରକ୍ଷଣ ଆଦି ପାଇଁ ଆସୁଛି ଅର୍ଥ। ନିଯୁକ୍ତି ଅଛନ୍ତି ଅନେକ କର୍ମଚାରୀ କିନ୍ତୁ ଆୟତ୍ତ ହୋଇପାରିନି ନିଆଁ। ନିଆଁ ନ ଲଗାଇବା ପାଇଁ ଗାଁ ଗାଁ ରେ ଆଗୁଆ ସଚେତନତା ଅଭିଯାନ କରାଯାଉଛି।ସଚେତନ କରାଇବା ନାଁ ରେ ଖର୍ଚ୍ଚ ହେଉଛି ଅଜସ୍ର ଟଙ୍କା କିନ୍ତୁ କାମରେ ଦେଉନି ସଚେତନତା ଅଭିଯାନ।ମାସ ମାସ ଧରି ନିଆଁ ଦାୟୁରୁ ରକ୍ଷା ପାଇ ପାରୁନି ଗନ୍ଧମାର୍ଦ୍ଦନ ପାହାଡ଼।କେବେ ହେବ ନିଆଁ ଦାୟୂରୁ ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷା ଦେଖିବାକୁ ବାକି ରହିଲା। ଏ ନେଇ ଦୁର୍ଯୋଧନ ପୁଟା ଆବାହକ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ନୃସିଂହନାଥର କ୍ଷୋଭ ପ୍ରକାଶ କରିଛନ୍ତି। ତୁରନ୍ତ ଜଙ୍ଗଳ ବିଭାଗ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।

error: Content is protected !!