Thursday, February 13, 2025
spot_imgspot_imgspot_img
Homeରାଜ୍ୟଗନ୍ଧମାର୍ଦ୍ଦନରେ ଏନକାଉଣ୍ଟର ।

ଗନ୍ଧମାର୍ଦ୍ଦନରେ ଏନକାଉଣ୍ଟର ।

ପାଟଣାଗଡ-ବଲାଙ୍ଗୀର ଜିଲ୍ଲା, ଖପ୍ରାଖୋଲ ବ୍ଳକ,ଭାନପୁର ପଞ୍ଚାୟତ,ହନୁପାଲି ଗାଁ ଜଙ୍ଗଲରେ ଗୁଳି ବିନିମୟ। ଗନ୍ଧମାର୍ଦ୍ଦନରେ କମ୍ବିଙ୍ଗ ଅପରେସନ ବେଳେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି। ପୋଲିସ ସର୍ଚ୍ଚ ଅପରେସନକୁ ଯାରି ରଖିଥିବା ବେଳେ, ବଲାଙ୍ଗୀର ଏସପି ଶ୍ରୀଯୁକ୍ତ ଋଷିକେଶ ଖିଲାଇ ସୁଚନା ଦେଇଛନ୍ତି ଯେ ସେହି ଗାଁ ରେ ଗୁଳି ବିନିମୟ ଏନକାଉଣ୍ଟର ହୋଇଥିବାରୁ ସେହି ଜାଗାକୁ ସିଲ୍ କରାଯାଇଛି।

ପୁଣି ଥରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏବଂ ଏହା ଉଭୟ ପାର୍ଶ୍ଵରୁ ଗୁଳି ବିନିମୟ ହୋଇଛି। ଏଥିରେ ଏପର୍ଯ୍ୟନ୍ତ ସଠିକ ଭାବରେ କ୍ଷୟକ୍ଷତି ଜଣାପଡି ନାହିଁ, ବୋଲି ସୁଚନା ଦେଇଛନ୍ତି। ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନକୁ ଜାରି ରଖିଛନ୍ତି ପୋଲିସ।ଭାନପୁର ଗାଁ ଲୋକେ ଏବେ ମଧ୍ୟ ଡରିକି ରହିଥିବା ଜଣାପଡିଛି।

ଆଗକୁ କଣ ହେବାକୁ ଯାଉଛି ଏହାର ଜଣାପଡି ନାହିଁ। ବଲାଙ୍ଗୀର ଜିଲ୍ଲା ର ପାଦଦେଶ ଓ ଏଠାରେ ବହୁ ଦେଶ ବିଦେଶରୁ ଲକ୍ଷାଧିକ ପର୍ଯ୍ୟଟକ ଆସିଥାନ୍ତି।ଏହାରି ସୁରକ୍ଷା ଦେବା ପାଇଁ ଏବଂ ଲୋକମାନଙ୍କ ସୁରକ୍ଷା ପାଇଁ ଗନ୍ଧମାର୍ଦ୍ଦନ କୁ ମଧ୍ୟ ସିଲ୍ କରାଯାଇଛି।

error: Content is protected !!