ଅତାବିରା(ସୁରେନ୍ଦ୍ର କଠାର)-ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଗଣ୍ଡତୁରୁମ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ଠାରେ ସରପଞ୍ଚ ଅହଲ୍ୟା ସେଠ୍ ଙ୍କ ସଭାପତିତ୍ବରେ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶତାଧିକ ଲୋକଙ୍କ ଗହଣରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭେଡେନ ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତିଶ ଦୋରା,ଡିପିଓ ବରଗଡ ରାକେଶ ମଲ୍ଲିକ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଚକ୍ରପାଣି ଦାସ, ପ୍ରାଣୀ ଚିକିତ୍ସକ ଡ.ଦେବୀପ୍ରସାଦ କୁଣ୍ଡ, ଜିଡିପିଓ ସୁଗମ ମିଶ୍ର,ଜେଇ ଚନ୍ଦ୍ର ଶେଖର,ବିଇଓ ମଚ୍ଛିନ୍ଦ୍ର ମଲ୍ଲିକ,ପିଇଓ କୁନ୍ତି ଭୋଇ,ଭିଏଡବ୍ଲୁ ଜନନୀ କଣ୍ଟା,ଡିପିଓ ରାକେଶ ମଲ୍ଲିକ,ରାଜ୍ୟ ପର୍ଯ୍ୟବେକ୍ଷକ ଅନନ୍ତ ମହାକୁର,ଆଇସିଡିଏସ୍ ସୁପରଭାଇଚର
ସନ୍ଧ୍ଯାରାଣୀ,ପିଇଟି ସୁବ୍ରତ କୁମାର ଦଣ୍ଡସେନା,ଭେଡେନ ଅଗ୍ନିଶମ ଅଧିକାରୀ ମିଶ୍ର କିଶାନ ପ୍ରମୁଖ ଯୋଗ ଦେଇଥିଲେ। ଏହା ସହିତ ମିଶନ ଶକ୍ତି ମହିଳା,ଅଙ୍ଗନୱାଡ଼ି କର୍ମୀ ଯୋଗ ଦେଇଥିଲେ । ମକଡ୍ରିଲ ସମ୍ପର୍କରେ ଅଗ୍ନିଶମ ଅଧିକାରୀ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମ କୁ ମହାଶକ୍ତି ଫାଉଣ୍ଡେସନ ବରଗଡ଼ ର ପ୍ରକଳ୍ପ ମୁଖ୍ୟ ସୁବୋଧ ସାହୁ ସଞ୍ଚାଳନ କରିଥିବା ବେଳେ ରମେଶ ମେହେର ସହଯୋଗ କରିଥିଲେ । ଶେଷରେ ମହୁଲପାଲି ପିଇଓ କୁନ୍ତୀ ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ।