Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିଗଞ୍ଜାଡାବର ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ।

ଗଞ୍ଜାଡାବର ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ।

ପାଇକମାଲ-ପାଇକମାଲ ବ୍ଳକ ଝାରବନ୍ଧ ପଞ୍ଚାୟତ ଗଞ୍ଜାଡାବର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦୟାନିଧି ବୁଡ଼େକଙ୍କ ସଭାପତିତ୍ବରେ ଆମ ସଂସ୍କୃତି ଆମ ଖେଳଣା ଓ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବରେ ପାଇକମାଳ ଏବିଇଓ ରାଧେଶ୍ୟାମ, ମୁଖ୍ୟ ବକ୍ତା ଏବିଇଓ ଧଲେନ୍ଦ୍ର ବାରିକ ଓ ସମ୍ମାନିତ ଅତିଥି ଭାବରେ ଧନୁ ମାଝୀ, ସିଆରସିସି ସନ୍ତୋଷ ମେହେର, ବସୁଦେବ କୁମ୍ଭାର, ବିକ୍ରମ କେଶରୀ ପଟେଲ ପ୍ରମୁଖ ମଞ୍ଚାସୀନ ଅତିଥି ଭାବରେ ଉପସ୍ଥିତ ଥିଲେ।

ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତୀଯୋଗୀମାନଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଶିକ୍ଷକ ଚୋପସିଂ ମାଝୀ, ରାଜଶ୍ରୀ ମାଝୀ ସମେତ ସ୍କୁଲ ପରିଚାଳନା କମିଟି ସଭ୍ୟ ସଭ୍ୟା ତଥା ଗ୍ରାମବାସୀମାନେ ସହଯୋଗ କରିଥିବା ବେଳେ ପ୍ରଧାନ ଶିକ୍ଷକ ଦୟାନିଧି ବୁଡ଼େକ ଧନ୍ୟବାଦ ଦେଇଥିଲେ।

error: Content is protected !!