ପଦ୍ମପୁର – ସ୍ଥାନୀୟ ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତା ଠାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସୁନାଙ୍କ ସଭାପତିତ୍ବରେ ସ୍ବଭାବ କବି ଗଙ୍ଗାଧର ମେହେର ଙ୍କ ୧୬୩ ତମ ଜନ୍ମଜୟନ୍ତୀ ପାଳନ ହୋଇଯାଇଛି। ଏଥିରେ ଦହିତା ମେହେର ସମାଜର ସଭାପତି, ସମ୍ପାଦକ,ସଭ୍ୟ ସଭ୍ୟତା ମିଳିତ ଭାବରେ ବିଦ୍ୟାଳୟର କବିଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବା ସହ ମେହେରୀୟ କବିତା ଗାନ ସହ ସ୍ଳୋଗାନ ମାନ ଦେଇଥିଲେ।ପୁଣି ବିଦ୍ୟାଳୟ ର ସଭାଗୃହ ରେ କବିଙ୍କ ପଟ୍ଟଚିତ୍ର ରେ ମାଲ୍ୟାର୍ପଣ ଓ ଧୂପଦୀପ ନୈବେଦ୍ୟ ସହ ମେହେରୀୟ ସଙ୍ଗୀତ ଜନ୍ମଦାତ୍ରୀ ମାତୃଭୂମି …..,ବିଶ୍ଵ ଦେଖ ମଧୁମୟ,ବିଶ୍ଵ ଜୀବନ ହେ,ମଙ୍ଗଳେ ଅଇଲା ଉଷା ର ମୂର୍ଚ୍ଛନା ଅନୁରଣିତ ହୋଇ ଉଠିଲା।
ସଭାକାର୍ଯ୍ୟ ମଧ୍ୟରେ ଛାତ୍ର ଛାତ୍ରୀ ମାନଙ୍କ ବକ୍ତୃତା, ସଙ୍ଗୀତ ଓ ପ୍ରଧାନଶିକ୍ଷକ ଙ୍କ ସଙ୍ଗୀତ ପଦେ ପଦେ ସଭାସ୍ଥଳକୁ ଆହୁରି ମଧୁମୟ କରିଥିଲା।ସଭାରେ ଶୃଙ୍ଖଳା ଦାୟୀତ୍ୱରେ ଥିଲେ ଶିକ୍ଷକ ପୁରନ୍ଦର ଭୋଇ, ଶିକ୍ଷୟିତ୍ରୀ ସୋନାଲିକା ଶବର, ସଭା ମଣ୍ଡଳୀ ସାଜସଜ୍ଜରେ ଶିକ୍ଷୟିତ୍ରୀ ରେବତୀ ବିଶି, ଅଞ୍ଜଳି ବେହେରା, ମନିଷା ବେଶ୍ରା , ଫଟୋଗ୍ରାଫି ରେ ଶିକ୍ଷକ ଦୀପକ୍ ସିଂ ବରିହା,ତ୍ରିଲୋକେଶ ବରିହା ସୁନ୍ଦର ଭାବରେ ପରିଚାଳନା କରିଥିବାବେଳେ, ରେକର୍ଡ଼ିଂ ରେ ତୁଷାରରଞ୍ଜନ ପାଣିଗ୍ରାହୀ ଓ ସ୍ବଚ୍ଛତା, ସାଜସଜ୍ଜା ରେ ପୂରନ୍ ବାଗ ସହଯୋଗ କରିଥିଲେ।
ଆସନ୍ତା ତା ୨୨/୦୮/୨୪ ଅପରାହ୍ନ ୨ଟାରୁ ମେହେର ସମାଜର ଆନୂକୁଲ୍ୟରେ ଅନୁଷ୍ଠିତ ସାହିତ୍ୟ ସଭାରେ ପୂର୍ବ ପ୍ରତିଯୋଗୀଙ୍କ ସହ ଆଜିର ବକ୍ତା ଓ ଗାୟିକାମାନଙ୍କୁ ପୁରସ୍କୃତ କରାଯିବ।ଏହି ସଭାରେ ଶ୍ରୀମତୀ ନନ୍ଦିନୀ ମିଶ୍ର, ପଦ୍ମପୁର ମେହେର ସାହିତ୍ୟ ଉପରେ ଆଲୋକପାତ କରିବାକୁ ସଦ୍ୟ ସ୍ବୀକୃତି ପ୍ରଦାନ କରିଛନ୍ତି।ଏଣୁ ଏହି ସଭାରେ ଗ୍ରାମ ତଥ ଅଞ୍ଚଳର ଛାତ୍ର ଛାତ୍ରୀ,ମା ମାଉସୀ, ଜନସାଧାରଣ ଉପସ୍ଥିତ ରହି ମେହେରୀୟ ସାହିତ୍ୟରେ ରେ ଅବଗାହନ କରି ରସ ଆସ୍ବାଦନ କରିବାକୁ ବିନମ୍ର ଅନୁରୋଧ।