Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତାରେ ସମ୍ବିଧାନ ଦିବସ ଓ ବିଜ୍ଞାନ ମେଳା ।

ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତାରେ ସମ୍ବିଧାନ ଦିବସ ଓ ବିଜ୍ଞାନ ମେଳା ।

ପଦ୍ମପୁର-ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତା ଠାରେ ପ୍ରଧାନ ଶିକ୍ଷକ କ୍ଷୀରସିନ୍ଧୁ ସୁନାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେରେ ଅତିଥି ଭାବେ ପରିଚାଳନା କମିଟି ଅଧ୍ୟକ୍ଷ ଉପେନ୍ଦ୍ର ପଟେଲ, ବିଜ୍ଞାନ ଶିକ୍ଷକ ବଳରାମ ସାହୁ, ରତି ରଞ୍ଜନ ବରିହା,ରାହୁଲ କୁମାର ବିଶ୍ବାଳ ବିଚାରକ ଭାବେ ଯୋଗ ଦେଇଥିଲେ। ପ୍ରଥମେ ସମ୍ବିଧାନ ପ୍ରଣେତା ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ସଭାପତି ସମ୍ବିଧାନ ଦିବସର ତାତ୍ପର୍ଯ୍ୟ ବିଷୟରେ କହିଲେ। ଶିକ୍ଷୟିତ୍ରୀ ସୋନାଲିକା ଶବର ସମ୍ବିଧାନ ପ୍ରସ୍ତାବନା ପାଠ କରାଇଥିଲେ। ବିଜ୍ଞାନ ମେଳା ଶୁଭ ଉଦ୍ଘାଟନ କରିଥିଲେ ଅତିଥି ପଟେଲ।

ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ଦୀପକ୍ ସିଂ ବରିହା,ଭାନୁମତି କଲିହାରୀ, ପୂଜା ସାହୁ ଙ୍କ ତତ୍ତ୍ୱାବଧାନରେ ପ୍ରଦର୍ଶିତ ୨୫ ଟି ପ୍ରକଳ୍ପ ବିଚାରକ ମାନେପରଖି ୭ ଟା ପ୍ରକଳ୍ପ ବ୍ଳକ୍ ସ୍ତରୀୟ ବିଜ୍ଞାନ ମେଳାକୁ ଅନୁମୋଦନ କରିଛନ୍ତି। ସମସ୍ତଙ୍କୁ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା।ଫୁଡ୍ ପେଷ୍ଟ ପ୍ରଦର୍ଶନୀରେ ୧୬ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ପୁରସ୍କାର ବିତରଣରେ ସହଯୋଗ କରିଥିଲେ ସୋନାଲିକା ଶବର ଓ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ କ୍ଷୀ ରୋଦ୍ରନାଥ ସାହୁ।

error: Content is protected !!