Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ।

ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ।

ପଦ୍ମପୁର-ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତା ଠାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସୁନାଙ୍କ ସଭାପତିତ୍ବରେ ୧୬୩ ତମ ସ୍ବଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ଅବସରରେ ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି।ସଭାରେ ଅତିଥି ଭାବରେ ମଞ୍ଚାସୀନ ଥିଲେ ମୋ ସ୍କୁଲ ଅଭିଯାନର ସଭାପତି ଶ୍ରୀଯୁକ୍ତ ମକରଧ୍ବଜ ବଗାର।ଏହି ସଭାରେ ମୁଖ୍ୟ ଅତିଥି ଭାବେ ଆଲୋଚିକା ଶିକ୍ଷୟିତ୍ରୀ ଶ୍ରୀମତୀ ନନ୍ଦିନୀ ମିଶ୍ର, ପଦ୍ମପୁର ଯୋଗ ଦେଇ ଗଙ୍ଗାଧର ମେହେର ଙ୍କ କୃତି ସହିତ ତପସ୍ଵିନୀ ଆଧାର ରେ ସୀତା, ଅନୁକମ୍ପା,ତାମସା,ଉଷା ଓ ଙ୍କନାରୀ ଚରିତ୍ର ,ପ୍ରକୃତି, ଜନସେବା, କର୍ତ୍ତବ୍ୟ ପରାୟଣତା ଓ ଦୈହିକ ପ୍ରେମ ଅପେକ୍ଷା ଦେହାତୀତ ପ୍ରେମର ମହନୀୟତା,ଆତିଥ୍ୟତା, ସହାନୁଭୂତିଶୀଳତା,ଜୀବନ ଦର୍ଶନ, ସ୍ବଦେଶ ବାର୍ତ୍ତା ବିଷୟରେ ଆଲୋଚନା କରିଥିଲେ। ଆଲୋଚନାର ଛତ୍ରେ ଛତ୍ରେ ସୁମଧୁର ଗୀତ ଝଙ୍କୃତ ହୋଇ ଉଠୁଥିଲା। ଅତିଥି ଶ୍ରୀଯୁକ୍ତ ବଗାର ମଧ୍ୟ ଏହି ସଙ୍ଗୀତଭରା ସଭାରେ ସଙ୍ଗରେ ଅଇଲା ଉଷା କବିତା ଗାଇବା ସହ ଗଙ୍ଗାଧର ମେହେର ଙ୍କ ମହନୀୟତାବିଷୟରେ କହିଥିଲେ। ମଞ୍ଚ ପରିଚାଳନା କରିଥିଲେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରୋଦ୍ର ନାଥ ସାହୁ। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଉକ୍ତ ସଭାର ସଫଳତା ପାଇଁ ବିଦ୍ୟାଳୟର ଶିକ୍ଷକ କିଶୋର କୁମ୍ଭାର, ପୁରନ୍ଦର ଭୋଇ,ଦୀପକ ସିଂ ବରିହା,ତ୍ରିଲୋକେଶ ବରିହା , ତୁଷାର ରଞ୍ଜନ ପାଣିଗ୍ରାହୀ ଶିକ୍ଷୟିତ୍ରୀ ଅଞ୍ଜଳି ବେହେରା,ସୋନାଲିକା ଶବର,ପୂଜା ସାହୁ, ମନୀଷା ବେଶ୍ରା ।ସଫଳତା ପାଇଁ ସହଯୋଗ ରହାତ ବଢ଼ାଇ ଥିଲେ ପୁରନ୍ ବାଗ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ କ୍ଷୀରୋଦ୍ର ନାଥ ସାହୁ।

error: Content is protected !!