ଗାଇସିଲେଟ-ଗଙ୍ଗାଧର ସାହିତ୍ୟ ସଂସଦ ଗାଇସିଲେଟ ଆନୁକୁଲ୍ୟରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୩ ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ସଭାପତି ଦିବାକର ଯୋଶୀଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉପସଭାପତି ରବିନ୍ଦ୍ର କୁମାର ପଣ୍ଡା ଉଦ୍ଦେଶ୍ୟ ଜ୍ଞାପନ ପୂର୍ବକ ଚଳିତ ବର୍ଷର ଜୟନ୍ତୀ ପାଳନ ପାଇଁ ସଦସ୍ୟମାନଙ୍କ ମତାମତ ଆହ୍ବାନ କରିଥିଲେ। କୋଷାଧ୍ୟକ୍ଷ ମୋହନ ରଣା ପୂର୍ବ ବର୍ଷର ଆୟ ବ୍ୟୟର ସୂଚନା ଦେଇଥିବା ବେଳେ ସମ୍ପାଦକ ରୁକ୍ମିଣ ଦିଶ୍ରି ଜୟନ୍ତୀ ପାଳନର ରୂପ ରେଖ ଉପସ୍ଥାପନ କରିଥିଲେ।

ଏହି ଜୟନ୍ତୀ ସମାବେଶରେ ଗଙ୍ଗାଧର ସାହିତ୍ୟ ସମ୍ମାନ ୨୦୨୪ ପାଇଁ କମିଟି ଗଠନ କରାଯାଇଛି ଓ ବ୍ଳକର ମାଟ୍ରିକ ଟପ୍ପରଙ୍କୁ ଯାଜ୍ଞସେନୀ ଦୁର୍ଗାପ୍ରସାଦ ପ୍ରତିଭା ସମ୍ମାନ ଦେବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଅଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଙ୍ଗାଧର ସାହିତ୍ୟ ପ୍ରତି ସ୍ପୃହା ସୃଷ୍ଟି ପାଇଁ ପୂର୍ବବର୍ଷମାନଙ୍କ ପରି ବକ୍ତୃତା, ଚିତ୍ରାଙ୍କନ ଓ ଗଙ୍ଗାଧର କବିତା ଆବୃତ୍ତି ପ୍ରଭୃତି ପ୍ରତିଯୋଗିତାମାନ କରାଯିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ଜୟନ୍ତୀ ସମାରୋହଟି ଆସନ୍ତା ଅଗଷ୍ଟ ୧୯ ତାରିଖ ଶ୍ରାବଣ ପୂର୍ଣ୍ଣିମା ପୂର୍ଣ୍ଣିମା ଦିନ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ପାଳନ କରାଯିବ। ବୈଠକ ଶେଷରେ ସଂସଦର ସହ ସମ୍ପାଦକ ପ୍ରଫୁଲ୍ଲ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ।


