ଅତାବିରା(ସୁରେନ୍ଦ୍ର କଠାର)-ପାହାଡଶ୍ରିଗିଡ଼ା ଆଞ୍ଚଳିକ ସାଧନ କେନ୍ଦ୍ରର ଖ୍ରୀଷ୍ଟିଆନ ପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟର ସ୍ଥାୟୀ ସଭାପତି ଶ୍ରୀ ହିଚକେଲ୍ ମୁର୍ମୁଙ୍କ ସଭାପତିତ୍ବରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ହୋସନାରା ବେଗମ୍ ଙ୍କ ଅବସର କାଳୀନ ସମ୍ବଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଶ୍ରୀମତି ସୌଦାମିନୀ ସାହୁ ମୁଖ୍ୟଅତିଥି , ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଦୟାନିଧି ସାହୁ,ସମ୍ମାନିତ ଅତିଥି ଭାବେ ଦାଉଦ୍ ବାବା,ସୁରତ ବାର୍ଲା , ଶିକ୍ଷକ ଶ୍ରୀ ପିତାମ୍ବର ଭୋଇ, ଶିକ୍ଷୟତ୍ରୀ ଶ୍ରୀମତୀ ସଂଘମିତ୍ରା ବିଶ୍ଵାଳ ପ୍ରମୁଖ ମଞ୍ଚାସିନ ଥିଲେ ।

ଶ୍ରୀମତୀ ଝରଣା ନାଏକ ଉଦ୍ଦେଶ୍ୟ ଜ୍ଞାପନ କରି ଥିବା ବେଳେ ଶିକ୍ଷକ ଶ୍ରୀ ଆମିଏଲ୍ କାଣ୍ଡୁଲନା ଓ ଶିକ୍ଷୟତ୍ରୀ ଶ୍ରୀମତୀ ଝରଣା ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଶ୍ରୀ ରାଜକିଶୋର ବରିହା ଓ ଶିକ୍ଷୟତ୍ରୀ ସୁଶାନ୍ତୀ ସୁରିନ ସହଯୋଗ କରିଥିଲେ। ଶେଷରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବୀଣାପାଣି କୁମ୍ଭାର ଧନ୍ୟବାଦ୍ ଅର୍ପଣ କରିଥିଲେ ।ବିଭିନ୍ନ ସ୍କୁଲ୍ ର ଶିକ୍ଷକ ଶିକ୍ଷୟିତ୍ରୀ ସମେତ ବହୁଳ ସଂଖ୍ୟାରେ ପିତାମାତା ଓ ଗ୍ରାମବାସୀ ଯୋଗଦାନ କରିଥିଲେ। ସଭା ପରିଶେଷରେ ଆଦିବାସୀ ନାଚ ଓ ସଙ୍ଗୀତ ରେ ଗ୍ରାମ୍ୟ ପରିଭ୍ରମଣ କରିଥିଲେ । ସଂଧ୍ୟାରେ ନିଜ ଗାଆଁ ପାହାଡ଼ଶ୍ରୀଗିଡାକୁ ପାଛୋଟି ନେଇ ଥିଲେ । ପାହାଡଶ୍ରୀଗିଡାରୁ ନିଜ ଘର ହସ୍ପିଟାଲ ପଡ଼ାକୁ ପାରମ୍ପରିକ ନାଚ ଗୀତ ସହ ଘରକୁ ବାହୁଡ଼ି ଆଣିଥିଲେ ।




