Tuesday, April 22, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଖୁଣ୍ଟୁଲିପାଲି ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ପାଳିତ।

ଖୁଣ୍ଟୁଲିପାଲି ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ପାଳିତ।

ଅତାବିରା (ସୁରେନ୍ଦ୍ର କଠାର)-ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଖୁଣ୍ଟୁଲିପାଲି ଠାରେ ଶ୍ରୀ ଗୁରୁ ପୂର୍ଣ୍ଣିମା(ବ୍ୟାସ ପୂର୍ଣ୍ଣିମା) ପାଳନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ପ୍ରବଚକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ପୁରୋହିତ ଉପସ୍ଥିତ ରହି ଗୁରୁ ପୂର୍ଣ୍ଣିମା ବିଷୟରେ ଶିଶୁଙ୍କୁ ବୁଝାଇଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଭୋଜରାଜ ଦୁଆନ ମୁଖ୍ୟ ଅତିଥିଙ୍କ ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।

ଶ୍ରୀମତୀ ଭାଗ୍ୟବତୀ କ୍ଷେତି ଗୁରୁମା ସଂଯୋଜନା କରିଥିଲେ ଓ ଶ୍ରୀଯୁକ୍ତ ନିରଞ୍ଜନ ପରଡ଼ିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବ୍ୟାସ ଦେବଙ୍କ ପୂଜାର୍ଚ୍ଚନା ସହିତ ଧୂପ ଦୀପ ଓ ମାଲ୍ୟାର୍ପଣ କରାଯାଇଥିଲା ।ଶେଷରେ ସମସ୍ତ ଶିଶୁ ଭାଇ ଭଉଣୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

error: Content is protected !!