Saturday, March 7, 2026
Homeରାଜ୍ୟଖୁଣ୍ଟବନ୍ଧ ମଣ୍ଡିରୁ ମଙ୍ଗଳବାର ଠାରୁ ଧାନ କ୍ରୟ ଶୁଭାରମ୍ଭ।

ଖୁଣ୍ଟବନ୍ଧ ମଣ୍ଡିରୁ ମଙ୍ଗଳବାର ଠାରୁ ଧାନ କ୍ରୟ ଶୁଭାରମ୍ଭ।

ବୌଦ୍ଧ(ରିପୋର୍ଟ -ନବ କିଶୋର ମେହେର)-ବୌଦ୍ଧ ବ୍ଳକ୍ ଖୁଣ୍ଟବନ୍ଧ ପ୍ରାଥମିକ ସମବାୟ ସମିତି ପକ୍ଷରୁ ଖରିଫ ଧାନ କ୍ରୟ ପାଇଁ ମଙ୍ଗଳବାର ଖୁଣ୍ଟବନ୍ଧ ବଜାର ପ୍ରାଙ୍ଗଣରେ ମଣ୍ଡି ଉଦ୍‌ଘାଟିତ ହୋଇଛି। ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖୁଣ୍ଟବନ୍ଧ ମଣ୍ଡିକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ବିନୟ କୁମାର ଭୋଇ, ତହସିଲଦାର ଅନିତା କୁମାରୀ ସାହୁ , ଉପ ନିବନ୍ଧକ ଫକୀର ମୋହନ ବାଘ, ଆରଏମସି ସମ୍ପାଦକ ଭାସ୍କରଚନ୍ଦ୍ର ପଢିଆରି, ଖୁଣ୍ଟବନ୍ଧ ପୂର୍ବତନ ସରପଞ୍ଚ ଯୋଗେଶ୍ୱର ମହାକୁଡ଼, ସଂପାଦକ ଦେବlଶିଷ ମିଶ୍ର, ସମିତିର ନିର୍ଦ୍ଦେଶକ ରାଜକିଶୋର ଦେହୁରୀ ଯୋଗ ଦେଇଥିଲେ।

ମଙ୍ଗଳବାର ଚାଷୀ ରବି ପାଣିଗ୍ରାହୀ, ନୃସିଂହ କର୍ମୀ, ସରେନ୍ଦ୍ର ମହାକୁଡ଼ ଠାରୁ ୧୯୮ କୁଇଣ୍ଟାଲ ଧାନ ପ୍ରଥମ ଦିନରେ କିଣାଯାଇଥିଲା। ଏହି ଧାନକୁ ପାହାଡ଼ବାଲି ପ୍ରଥମ ଦିନରେ କିଣିଥିଲା l ସେହିପରି ପାହାଡ଼ବାଲି, ରାଣୀସତୀ, ଗୋପୀନାଥ, ସେରlବାଲି, ଲାଖଦୀପ ମିଲ ଧାନ ଉଠାଇ ପାଇଁ ଚୁକ୍ତିନାମା କରିଥିବା ଜଣା ପଡିଛି l ଆରଏମସିର ଗଣେଷ ବେହେରା, ଗୌର ବେହେରା, ସମିତିର କର୍ମଚାରୀ ସୁଦିପ ନାଏକ, ରଞ୍ଜନ ପ୍ରଧାନ, ରାଜୀବ ଲୋଚନ ସର୍ଦ୍ଧାର ସିଂ ପ୍ରମୁଖ ସହଯୋଗ କରିଥିଲେ ।

error: Content is protected !!