Thursday, February 13, 2025
spot_imgspot_imgspot_img
Homeରାଜ୍ୟଖୁଜେନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିପୁଣ ଓଡିଶା ମେଳା ଆୟୋଜିତ ।

ଖୁଜେନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିପୁଣ ଓଡିଶା ମେଳା ଆୟୋଜିତ ।

ପଦ୍ମପୁର-ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ କନସିଂହା କ୍ଲଷ୍ଟର ଅଧିନସ୍ତ ଖୁଜେନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିପୁଣ ଓଡିଶା ମେଳା ଆୟୋଜିତ ହୋଇଯାଇଛି । ଏହି ମେଳାରେ ସି.ଆର.ସିସି ନେତ୍ରାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହୋଇଥିବାବେଳେ କ୍ଳଷ୍ଟରର ପ୍ରତ୍ୟେକ ବିଦ୍ୟାଳୟରୁ ୧୦ ଜଣ ନିପୁଣ ଓଡିଶା ଶିକ୍ଷାର୍ଥୀ ଓ ୧୦ ଜଣ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଓ ଜନ ପ୍ରତିନିଧି ମେମ୍ବର ମାନେ ଯୋଗ ଦେଇଥଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାଧବ ବରିହା ସ୍ୱାଗତ କରିଥିଲେ।

ଏହା ପରେ ସି. ଆର.ସିସି ଶ୍ରୀ ନେତ୍ରାନନ୍ଦ ସାହୁ ନିପୁଣ ଓଡିଶା ମେଳାର ଉଦ୍ଦେଶ୍ୟ, କାର୍ଯ୍ୟପନ୍ଥା, ଜାତୀୟ ଶିକ୍ଷାନୀତି -୨୦୨୦, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କରେ ଅଭିଭାବକ ମାନଙ୍କୁ ସବିଶେଷ ସୂଚନା ଦେଇଥିଲେ। ତାପରେ ଅଂଶଗ୍ରହଣକାରୀ ମାନେ ସାକ୍ଷରତା ଷ୍ଟଲ, ସଂଖ୍ୟାଜ୍ଞାନ ଷ୍ଟଲ, ସୃଜନଶିଳ କାର୍ଯ୍ୟକଳାପ ଷ୍ଟଲ ପ୍ରଦର୍ଶନ କରିଥିଲେ ଓ ସେମାନଙ୍କ ସୁଚିନ୍ତିତ ମତାମତ ଦେଇଥିଲେ।

ମେଳାରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ନିରଦ ରଞ୍ଜନ ସାହୁ, ଏବିଇଓ ରାମସିଂ ଭୋଇ, ବିଦ୍ୟାଳୟ ସଭାପତି ଅନନ୍ତ କୁମାର ସାହୁ, ଅବସରପ୍ରାପ୍ତ ଶିକ୍ଷକ ତେଜରାଜ ସ୍ୱାଇଁ, ୱାର୍ଡ ସଭ୍ୟ ଶିରୀଶ ଚନ୍ଦ୍ର ସ୍ୱାଇଁ, ନବୀନ ମିର୍ଧା,ପ୍ରଶାନ୍ତ ବାଗ ଯୋଗଦାନ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସମସ୍ତ ପିଲାଙ୍କୁ ପୁରସ୍କାର ବିତରଣ କରାଯାଇ ମେଳା ଉଦଯାପିତ ହୋଇଥିଲା। କନସିଂହା ଉପ୍ରା ପ୍ରଧାନ ଶିକ୍ଷକ ଲକ୍ଷପତି ସ୍ୱାଇଁ ଶପଥ ପାଠ କରେଇଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷକ ଆଶିଷ ପ୍ରଧାନ ଓ ଶିକ୍ଷୟତ୍ରୀ ସାବିତ୍ରୀ ଧରୁଆ ସହଯୋଗ କରିଥିଲେ l

error: Content is protected !!