ପଦ୍ମପୁର- ଚଳିତ ଖରିଫ ଋତୁର ଧାନ କିଣା ପ୍ରକ୍ରିୟା ବରଗଡ ଜିଲ୍ଲାରୁ ନଭେମ୍ବର ୨୦ ତାରିଖରୁ ଆରମ୍ଭ ହେବା ନେଇ ରାଜ୍ଯ ସରକାରଙ୍କ ପକ୍ଷରୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଛନ୍ତି । ସରକାରୀସ୍ତରରେ ଧାନ କିଣା ପାଇଁ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଶାସନିକ କ୍ଷେତ୍ରରେ ମଧ୍ଯ ତତ୍ପରତା ଦେଖାଇ ଦେଇଛି । ପଦ୍ମପୁର ଉପଜିଲ୍ଲାପାଳ କୁମାରୀ ଅରୁଗୁଳା ସ୍ନେହା ଝାରବନ୍ଧ ବ୍ଲକ ଅନ୍ତର୍ଗତ ମାର୍କେଟ ୟାର୍ଡ, ମଣ୍ଡି ପରିଦର୍ଶନ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକୁ ତଦାରଖ କରିଛନ୍ତି ।

ଏହା ସହ କୃଷକଙ୍କ ସୁବିଧା ନିମିତ୍ତ ଅବଶ୍ୟକୀୟ ସୁବିଧା ଗୁଡିକର ଯାଞ୍ଚ କରି ଅବଶ୍ୟକ ଜିନିଷର ତୁରନ୍ତ ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମଣ୍ଡି ପରିଦର୍ଶନ ସମୟରେ ଉପଜିଲ୍ଲାପାଳଙ୍କ ସହିତ ଆରଏମସି ସେକ୍ରେଟାରୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

