Saturday, March 7, 2026
Homeରାଜ୍ୟଖରିଫ ଧାନ କିଣାରେ ଅବ୍ୟବସ୍ଥା , ଜୟ କିସାନ ଆନ୍ଦୋଳନ ପକ୍ଷରୁ ଉପନିବନ୍ଧକ ବରଗଡ଼ ଓ...

ଖରିଫ ଧାନ କିଣାରେ ଅବ୍ୟବସ୍ଥା , ଜୟ କିସାନ ଆନ୍ଦୋଳନ ପକ୍ଷରୁ ଉପନିବନ୍ଧକ ବରଗଡ଼ ଓ ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ।

ବରଗଡ-ଜୟ କିସାନ ଆନ୍ଦୋଳନ ତରଫରୁ ଏକ ପ୍ରତିନିଧି ମଣ୍ଡଳୀ ଧାନ ବିକ୍ରି ବ୍ଯବସ୍ଥାରେ ଟୋକନ, ବସ୍ତା ଏବଂ ମଣ୍ଡି ସମସ୍ୟାକୁ ନେଇ ଉପନିବନ୍ଧକ ବରଗଡ଼ ଓ ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାରେ ଚଳିତ ମାସ ୨୧ ତାରିଖରୁ ଖରିଫ ଧାନ କିଣା ଆରମ୍ଭ ହୋଇଯାଇଛି ,କିନ୍ତୁ ଚାଷୀମାନଙ୍କ ଧାନ ବିକ୍ରି ପାଇଁ ଏ ପର୍ଯ୍ୟନ୍ତ ଟୋକନ ଆସିନାହିଁ, ବହୁ ଚାଷୀଙ୍କ ଟୋକନ ଅତି କମ ପରିମାଣ ଆସିଥିବା ବେଳେ ବହୁ ଚାଷୀଙ୍କ ଟୋକନ ଜାନୁଆରୀ ଶେଷ କିମ୍ବା ଡିସେମ୍ବର ମାସରେ ଆସିଛି।

ଏପରି ପରିସ୍ଥିତିରେ ଧାନ ଅମଳ କରିଥିବା ଚାଷୀ ଟୋକନ ଆସିନଥିବା ହେତୁ ଧାନ ବିକ୍ରି କରିପାନାହାଁନ୍ତି। ଏହି ସମସ୍ୟାର ସମାଧାନ ଦିଗରେ ସରକାର ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ଅନ୍ୟଥା ସଂଗଠନ ତରଫରୁ ଆନ୍ଦୋଳନାତ୍ମକ ପନ୍ଥା କରିବା ପାଇଁ ଚେତାବନୀ ଦେଇଥିଲେ। ଏଥିସହ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଧାନ ବିକ୍ରି ପାଇଁ ବସ୍ତା ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜୟ କିସାନ ଆନ୍ଦୋଳନର ଜିଲ୍ଲା ସଭାପତି ସୁଶୀଲ କୁମାର ସାହୁ,ସାଧାରଣ ସଂପାଦକ ହର ବଣିଆଁ, ଭଞ୍ଜନ ବାରିକ, ଅରୁଣ ପ୍ରଧାନ, ଜିତୁ ବେହେରା, ବିରଞ୍ଚି ମହାକୁଡ କିଶୋର ସାହୁ ପ୍ରମୁଖ ଚାଷି ନେତାମାନେ ଆଲୋଚନା କରିଥିଲେ।

error: Content is protected !!