Sunday, March 8, 2026
Homeରାଜ୍ୟଖରିଫ ଚାଷ ପୂର୍ବରୁ ବିହନ ଗୋଦାମ ଯାଞ୍ଚ ସହ ନକଲି ବିହନ ଠାବ ପାଇଁ କୃଷକ...

ଖରିଫ ଚାଷ ପୂର୍ବରୁ ବିହନ ଗୋଦାମ ଯାଞ୍ଚ ସହ ନକଲି ବିହନ ଠାବ ପାଇଁ କୃଷକ ସଂଗଠନର ଦାବୀ ।

ପଦ୍ମପୁର– ପଦ୍ମପୁର ଅଂଚଳରେ ଚାଷୀ ମାନେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରିଥାନ୍ତି । ବର୍ଷା ପାଣି ଭରସାରେ ଚାଷୀ ମାନେ ଧାନ ଚାଷ କରି ଫସଲ ଅମଳ କରି ସରକାରୀ ଦରରେ ବିକ୍ରୟ କରି ଲାଭବାନ ହୋଇଥାନ୍ତି । ଧାନ ଚାଷର ଭଲ ଅମଳ ପାଇଁ ମୁଖ୍ୟତଃ ଧାନ ବିହନର ଗୁଣବତ୍ତା ଉପରେ ନିର୍ଭର କରିଥାଏ । ପଦ୍ମପୁର ଅଂଚଳରେ ଛତୁ ଫୁଟିଲା ପରି କୃଷି ଉପକରଣ ଦୋକାନ ଖୋଲି ଚାଲିଛି । ସରକାରୀ ଲାଇସେନ୍ସ ନ ଥିଲେ ମଧ୍ୟ ମନ ଇଚ୍ଚା ବିଭିନ୍ନ ପ୍ରକାରର କିଟନାଶକ ଔଷଧ,ସାର ଓ ବିହନ ବିକ୍ରୟ କରୁଛନ୍ତି । ଅଧିକ ଲାଭ ଅଶାରେ ଅସାଧୁ ଦୋକାନୀ ମାନେ ଭଲ ଗୁଣବତ୍ତା ନ ଥିବା ବିହନ ଆଣି ବଜାରରେ ଚାଷୀ ମାନଙ୍କୁ ଚଢା ଦରରେ ବିକ୍ରୟ କରିଥାନ୍ତି ।

ଚାଷୀ ମାନେ ଧାନ କିଣିବା ସମୟରେ ବିଲ ମାଗିଲେ ଆମେ ଅଛୁ ବିଲର କିଛି ଦରକାର ନାହିଁ ବୋଲି ଚାଷୀ ମାନଙ୍କୁ ଭୁଆଁ ବୁଲାଇଥାନ୍ତି । ବିହନରେ କୌଣସି ଅସୁବିଧା ହେଲ ଚାଷୀ ମାନେ ଅଭିଯୋଗ କରିବା ସମୟରେ ନା ଦୋକାନୀ ଶୁଣିଥାନ୍ତି ନା କୃଷି ବିଭାଗ ଶୁଣିଥାନ୍ତି । ତେଣୁ ଚଳିତ ଖରିଫ ଋତୁର ଚାଷ ଆରମ୍ଭ ପୂର୍ବରୁ ଦୋକାନୀ ମାନେ ତାଙ୍କ ଗୋଦାମରେ ବିହନ ଭର୍ତ୍ତି କରୁଛନ୍ତି । ତେଣୁ କୃଷି ବିଭାଗ ତତ୍ପରତା ସହ ଗୋଦାମ ଗୁଡିକ ଯାଂଚ କରିବା ସହ ନକଲି ବିହନ ଠାବ କରି ଉଚିତ ପଦକ୍ଷେପ ନେବା ପାଇଁ କୃଷକ ସଂଗଠନ ପକ୍ଷରୁ ଦାବୀ ହେଉଛି ।

error: Content is protected !!