ପଦ୍ମପୁର- ଖବର ବାଜିଲା ପ୍ରଶାସନ ଚେଇଁଲା । ଆଲୋକିତ ହେଲା ସେଲଫି ପଏଣ୍ଟ । ପଦ୍ମପୁର ସହରର ବଡବନ୍ଧ ଠାରେ ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ବଡବନ୍ଧ ଠାରେ ରହିଥିବା ସେଲଫି ପଏଣ୍ଟ ଦୀର୍ଘ ଦିନରୁ ଅନ୍ଧାରରେ ରହିଥିଲା ଫଳରେ ସେଠାରେ ସନ୍ଧ୍ୟାହେଲେ ଅସାନାଜିକ ଯୁବକଙ୍କ ଆଡ୍ଡାସ୍ଥଳ ପାଲଟି ଯାଇଥିଲା ।
ଅନ୍ଧାରରେ ରହିଥିବା କାରଣରୁ ସେଠାକୁ ଲୋକମାନେ ଯିବା ପାଇଁ ମଧ୍ୟ ଅମଙ୍ଗ ହେଉଥିଲେ । ଏ ବିଷୟରେ ଜାଗ୍ରତ ପ୍ରହରୀରେ ଖବର ପ୍ରସାରଣ ପରେ ଏନଏସି ପ୍ରଶାସନ ଚେଇଁଛି । ତୁରନ୍ତ ସେଠାରେ ବିଦ୍ୟୁତ ସଂଯୋଗ କରିବା ସହ ସେଠାରେ କିଭଲି ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳ ନ ହେବା ସେଥିପ୍ରତି ମଧ୍ୟ ପଦକ୍ଷେତ ନେଇଛନ୍ତି ।
ସେଲଫି ପଏଣ୍ଟ ଆଲୋକିତ ହେବା ପରେ ଲୋକମାନେ ନିଜ ପରିବାର ସହ ଯାଇ ସେଠାରେ ଖୁସିରେ କିଛି ସମୟ ଅତିବାହିତ କରୁଥିବା ମଧ୍ୟ ଦେଖିବାକୁ ମିଲିଛି । ଏଭଲି ପଦ୍ମପୁର ସହରର ଅନେକ ସ୍ଥାନରେ ଅନ୍ଧାର ରହୁଛି ସେଠାରେ ମଧ୍ଯ ଆଲୋକିତ କରିବା ପାଇଁ ଏନଏସି ପ୍ରଶାସନକୁ ଅନୁରୋଧ ।