ନୂଆପଡା(ଡୋଲେଶ୍ଵର ବାଗ)-ନୂଆପଡ଼ା ଜିଲ୍ଲା ଖଡିଆଳ ଷ୍ଟେଟ୍ ବ୍ୟାଙ୍କ୍ ପରିସର ମଧ୍ୟରେ ମିଶନ ଶକ୍ତି ବିଭାଗ ତରଫରୁ ବ୍ଲକ୍ ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ସ୍ଵତନ୍ତ୍ର ଋଣ ମେଳା ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ l
ସମ୍ମାନୀତ ଅତିଥି ଭାବରେ ଖରୀଆର ବ୍ଲକ୍ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର, ବିଡିଓ ନରସିଂହ ଗଡବା, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ଆଞ୍ଚଳିକ ପ୍ରବନ୍ଧକ ସୂର୍ଯ୍ୟକାନ୍ତ ସାହୁ, ଜିଲ୍ଲା ଅଗ୍ରଣୀ ପ୍ରବନ୍ଧକ ସୀତାରାମ ମେହେର, ଷ୍ଟେଟ୍ ବ୍ୟାଙ୍କ୍ ଖଡିଆଳ ମୁଖ୍ୟ ପ୍ରବନ୍ଧକ ଦିନେଶ୍ ମିଶ୍ର, ଜିଲ୍ଲା ମିଶନ ଶକ୍ତି ସଂଯୋଜକ ସୁନୀଲ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ l
ଏହି ଋଣ ମେଳା ରେ ଷ୍ଟେଟ୍ ବ୍ୟାଙ୍କ୍ ଖଡିଆଳ ୬୫ ଟି ମହିଳା ସ୍ୱୟଂ ସହାୟକ ଦଳଙ୍କୁ ୨ କୋଟି ୬୧ ଲକ୍ଷ, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ତୁକଲା ର ୨୯ ଟି ଦଳ ଙ୍କୁ ୯୫ ଲକ୍ଷ ,ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ଡୁଆଝର ୨୦ ଟି ଦଳ ଙ୍କୁ ୬୦ ଲକ୍ଷ, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ବରଗାଁ ୨୦ ଟି ଦଳ ଙ୍କୁ ୭୦ ଲକ୍ଷ, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ଖଡିଆଳ ୨୪ ଟି ଦଳ ଙ୍କୁ ୧ କୋଟି ୧୨ ଲକ୍ଷ, ୟୁନିଅନ ବ୍ୟାଙ୍କ୍ ଖଡିଆଳ୫ ଟି ଦଳ ଙ୍କୁ ୧୯ ଲକ୍ଷ, ବ୍ୟାଙ୍କ୍ ଅଫ ଇଣ୍ଡିଆ ୩ଟି ଦଳ ଙ୍କୁ ୧୫ ଲକ୍ଷ।