ପଦ୍ମପୁର-ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅଧୀନ ଖଇରପାଲି ଗ୍ରାମରେ ମାଁ ମହାଲକ୍ଷ୍ମୀଙ୍କ ୧୮ ତମ ପୂଜୋନତ୍ସବ ମହା ଆଡମ୍ବର ସହିତ ପାଳନ ଆରମ୍ଭ ହୋଇଯାଇଛି। କର୍ତ୍ତା ଭାବରେ ଶ୍ରୀଯୁକ୍ତ ସନ୍ତୋଷ ମେହେର ଓ ତାଙ୍କ ଧର୍ମପତ୍ନୀ ରଶ୍ମିତା ମେହେର କାର୍ଯ୍ୟନିର୍ବାହ କରିଛନ୍ତି। ବିଭିନ୍ନ ସାଂସ୍କୃତିକ ବାଦ୍ୟ ତାଳେ ତାଳେ କଳସ ଶୋଭାଯାତ୍ରା ବାହାରିଥିଲା।
ଗ୍ରାମର ଶତାଧିକ ମହିଳା ହରିଦ୍ରା ବର୍ଣ୍ଣର ବସ୍ତ୍ର ଧାରଣ କଳସ ଯାତ୍ରାରେ ଯୋଗଦାନ କରିଥିଲେ । ଏହି କଳସ ଶୋଭାଯାତ୍ରାରେ ସମ୍ବଲପୁରୀ ମହିଳା ରଙ୍ଗିନ୍ ସଂକୀର୍ତ୍ତନ ଦଳ,ଆଦିବାସୀ ନୃତ୍ୟ ଦଳ,ଦାଣ୍ଡିଆ ନୃତ୍ୟ ଦଳ,ଘଣ୍ଟ ବାଦ୍ୟ ସହ ଖଇରପାଲି ଗ୍ରାମ ଉତ୍ସବ ମୁଖର ପାଲଟିଥିଲା।
ଗୁରୁବାର ମାଁ ମହାଲକ୍ଷ୍ମୀ ପୂଜନତ୍ସବ ଓ ରାତ୍ରି ରେ ପାରାୟଣ ଓ ପ୍ରବଚନ ହେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରଦ୍ଧାଳୁ ମାନଙ୍କ ପାଇଁ ଜଳଚ୍ଛତ୍ର ଏବଂ ଅନ୍ନ ପ୍ରସାଦ ଓ ଖିରି ଖେଚୁଡୀ ଭୋଗର ବ୍ୟବସ୍ଥା କରାଯାଇଛି। ଶନିବାର ଦିନ ପୂର୍ଣ୍ଣାହୁତୀ, ରବିବାର ଉଦଯାପନି, ସୋମବାର ମାଁ ମହାଲକ୍ଷ୍ମୀ ଙ୍କର ଭସାଣୀ ଯାତ୍ରା କରାଯିବାର ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି।