Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିକ୍ଷତି ପୂରଣ ଦାବିରେ ପଦ୍ମପୁର ତହସିଲରେ ତାଲା : ଉପ ଜିଲ୍ଲାପାଳଙ୍କ ବୁଝାସୁଝା ପରେ ଖୋଲିଲା...

କ୍ଷତି ପୂରଣ ଦାବିରେ ପଦ୍ମପୁର ତହସିଲରେ ତାଲା : ଉପ ଜିଲ୍ଲାପାଳଙ୍କ ବୁଝାସୁଝା ପରେ ଖୋଲିଲା ତାଲା ।

ପଦ୍ମପୁର – ରାଜବୋଡ଼ାସମ୍ବର କୃଷକ ସଂଗଠନର ଶତାଧିକ ଚାଷୀ ପଦ୍ମପୁର ତହସିଲ ଅଫିସ୍ ପହଞ୍ଚି ତାଲା ଦେଇଥିଲେ। ଗତ ଖରିଫ ଋତୁରେ ଅଦିନିଆ ବର୍ଷା “ମେଗଜୋମ୍” ପ୍ରଭାବରେ ଚାଷୀ ମାନଙ୍କ ଧାନ ବ୍ୟାପକ ଭାବରେ କ୍ଷୟକ୍ଷତି ହୋଇ କୋହିଯାଇଥିଲା ଧାନ। ଏ ନେଇ ବାରମ୍ବାର କୃଷକ ସଂଗଠନର ସରକାରଙ୍କ ଦୃଷ୍ଟି ଆକର୍ଷଣ ସତ୍ବେ ଗୁରୁତ୍ଵ ଦେଉ ନ ଥିଲେ ପ୍ରଶାସନ। ଏ ନେଇ ଗତ ୧୦ ତାରିଖ ଦିନ ପ୍ରଶାସନିକ ଅଧିକାରୀଙ୍କ ଠାରେ ଦେଇଥିଲେ ଲିଖିତ ଅଭିଯୋଗ। ଯାଦ୍ଵାରା ଆଜି ଶତାଧିକ ଚାଷୀ ତହସିଲ ଅଫିସ୍ ପହଞ୍ଚି ୧୦:୩୦ ରେ ଦେଇଥିଲେ ତାଲା। ଇଙ୍କପୁଟ୍ ସବସିଦି ଓ କ୍ଷତି ପୂରଣ ଦାବୀ କରି ଅଫିସକୁ ତାଲା ଦେଇ କରିଥିଲେ ଆନ୍ଦୋଳନ। ପଦ୍ମପୁର ଉପ ଜିଲ୍ଲାପାଳ ଚାଷୀ ମାନଙ୍କ ପାଖକୁ ଆସି ଆଲୋଚନା କରିବା ସହ ଆସନ୍ତା ୧୮ ତାରିଖ ସୁଦ୍ଧା ନିଶ୍ଚିତ କ୍ଷତିପୂରଣ ପାଇବା ପ୍ରତିଶୃତି ଦେବା ପରେ ଚାଷୀ ସଂଗଠନ ତାଲା ଖୋଲିଛି। ସୂଚନା ଅନୁସାରେ ରାଜାବୋଡ଼ାସମ୍ବର କୃଷକ ସଂଗଠନ ଗତ ୨୦୨୩ ନଭେମ୍ବର ୧ ତାରିଖ ଚାଷୀ ମାନଙ୍କ ସମସ୍ୟା ନେଇ ପଦ୍ମପୁର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ବୁଖରେ ଆଜି ପର୍ଯ୍ୟନ୍ତ ଧାରଣ ଦେଇ ଆସୁଛି। ଯାହାକି ୫୨୫ ଦିନରେ ଆନ୍ଦୋଳନ ପହଞ୍ଚିଛି।

error: Content is protected !!