Thursday, April 17, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତି'କୌସ୍ତୁଭ ବୁଧିଆ ଥିଲେ ଜଣେ ଉତ୍ସର୍ଗୀକୃତ ସାମାଜିକ କର୍ମୀ' ।

‘କୌସ୍ତୁଭ ବୁଧିଆ ଥିଲେ ଜଣେ ଉତ୍ସର୍ଗୀକୃତ ସାମାଜିକ କର୍ମୀ’ ।

‘କର୍ମନିଷ୍ଠ କୌସ୍ତୁଭ’ ଉନ୍ମୋଚିତ ।

ବରପାଲି- ସ୍ବର୍ଗତ କୌସ୍ତୁଭ ବୁଧିଆ ଏକାଧାରରେ ଥିଲେ ଜଣେ ଶିକ୍ଷାବିତ୍, ସଂଗଠକ, କ୍ରୀଡାବିତ୍, ସାମାଜିକ କର୍ମୀ । ସମାଜର ଗରିବ, ପଛୁଆବର୍ଗର ଲୋକଙ୍କ ବିକାଶ ପାଇଁ ସେ ସଂଗ୍ରାମ କରୁଥିଲେ। ପ୍ରକୃତରେ ସେ ଜଣେ ଉତ୍ସର୍ଗୀକୃତ ସାମାଜିକ କର୍ମୀ ଥିଲେ ବୋଲି ସ୍ବର୍ଗତ ବୁଧିଆଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ଯକ୍ତିମାନେ ମତପ୍ରକାଶ କରିଥିଲେ। ଆଜି ବରପାଲି ବ୍ଲକ୍ ଅନ୍ତର୍ଗତ ଲେଣ୍ଡା ଗ୍ରାମରେ ବିଶିଷ୍ଟ ଶିକ୍ଷାବିତ୍ ସ୍ବର୍ଗତ କୌସ୍ତୁଭ ବୁଧିଆଙ୍କ ଉଦ୍ଦେଶ୍ୟରେ “ସ୍ବୟଂସିଦ୍ଧା” ଫାଉଣ୍ଡେସନ୍” ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଡକ୍ଟର ସୁବାସ ପାତ୍ର ସଭାପତିତ୍ୱ କରିଥିଲେ। ପ୍ରଥମେ ସ୍ବର୍ଗତ ବୁଧିଆଙ୍କ ଫଟୋଚିତ୍ରରେ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ଯାର୍ପଣ କରିବା ପରେ ୨ ମିନିଟ୍ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପରେ ପ୍ରସନ୍ନ ସାହୁଙ୍କ ତତ୍ତ୍ଵାବଧାନରେ ସାମୂହିକ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇଥିଲା। ଏ ଅବସରରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ‘ସ୍ଵୟଂସିଦ୍ଧା ଫାଉଣ୍ଡେସନ୍’ର ମ୍ଯାନେଜିଂ ଟ୍ରଷ୍ଟି ଡକ୍ଟର ସୁଶୀଳ କୁମାର ବାଗ୍ । ଗଙ୍ଗା ଶ୍ରାଦ୍ଧ ଅବସରେ ପ୍ରକାଶିତ ସ୍ମରଣିକା ” କର୍ମନିଷ୍ଠ କୌସ୍ତୁଭ”କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଅତିଥିମାନଙ୍କ ମଧ୍ୟରେ କୃଷକ ନେତା ଗୌରଚନ୍ଦ୍ର ଖମାରୀ, ସାମାଜିକ କର୍ମୀ ଜେଠୁ ଭୋଇ, ବିଜେପିର ବରଗଡ଼ ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ, ଡା. ସୁବଳ ଚନ୍ଦ୍ର ମାଝୀ, ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ପ୍ରପ୍ରୌତ୍ର ମହେନ୍ଦ୍ର କୁମାର ମେହେର, ପୂର୍ବତନ ସରପଞ୍ଚ ନୀଳମଣି ସାହୁ, ଅଶ୍ବିନୀ କୁମାର ସାହୁ, ଅବସରପ୍ରାପ୍ତ ଶିକ୍ଷକ ଗନ୍ଧର୍ବ ମେହେର, ବଳରାମ ପ୍ରଧାନ, ଅଜିତ ସାହୁ, ରୋହିତ ମହାରଣା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସବିତା ସାହୁ, କମଳା ପ୍ରଧାନ, ଖାଡିଆ ବଗର୍ତ୍ତି ପ୍ରମୁଖ ସ୍ବର୍ଗତ ବୁଧିଆଙ୍କ ଜୀବନ, ବ୍ୟକ୍ତିତ୍ବ ଓ ସମାଜ ପ୍ରତି ଅବଦାନ ସଂପର୍କରେ ସ୍ମୃତିଚାରଣ କରିଥିଲେ। ଏଅବସରରେ ସ୍ବର୍ଗତ ବୁଧିଆଙ୍କ ବହୁ ସହପାଠୀ, ବନ୍ଧୁ, ଆତ୍ମୀୟ ସ୍ବଜନ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

error: Content is protected !!