Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିକେବାଡ ଧନୁଯାତ୍ରା ଦ୍ବିତିୟ ଦିବସରେ କୃଷ୍ଣଜନ୍ମ ।

କେବାଡ ଧନୁଯାତ୍ରା ଦ୍ବିତିୟ ଦିବସରେ କୃଷ୍ଣଜନ୍ମ ।

ବରପାଲି-ବରପାଲି ବ୍ଳକ କେବାଡ ସପ୍ତମ ତମ ଧନୁଯାତ୍ରା ଦ୍ବିତିୟ ଦିବସ ଉଦଘାଟିତ ହୋଇଯାଇଛି। ଆୟୋଜିତ ମହୋତ୍ସବରେ ମହାରାଜା କଂସର ଦୌରାତ୍ମ୍ୟ ବୃଦ୍ଧି ପାଇ ଦେବକୀ ର ଶଡ଼ପୁତ୍ରଙ୍କୁ ନିଧନ କରିଥିଲା। ପରେ ବିଜୁଳି କନ୍ୟାର ଶୂନ୍ୟବାଣୀ ଶୁଣି ବିବ୍ରତ ହେବାକୁ ଲାଗିଥିଲା। କୃଷ୍ଣଙ୍କ ବାର୍ତ୍ତା ଶୁଣିଲା ପରେ ଭୟାତୁର ହେବା ସହ ରାକ୍ଷସି ପୁତନାକୁ ପ୍ରେରଣ କରିବା ବିଷୟ ଉପରେ କଳାକାର ମାନେ ନାଟକ ମଞ୍ଚସ୍ଥ କରିଥିଲେ।

ସେହିପରି ଗତକାଲି ଉଦଘାଟନୀ ଦିବସରେ ବସୁଦେବ ଓ ଦେବକୀଙ୍କ ବିବାହ, ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ, କନ୍ସାସୁରର ରାଜ୍ୟ ଅଭିଷେକ ପ୍ରଭୁତି ବିଷୟ ମାନ ପଦର୍ଶିତ ହୋଇଥିଲା। ଏହି ଅବସରରେ ମିନା ବଜାର ସହ ପାରାମ୍ପାରିକ ବାଜାଗାଜା ସହିତ ନାଚ ଗିତ ସାଂସ୍କୃତିକ କାର୍ଯ୍ଯକ୍ରମ ମାନ ପ୍ରସ୍ତୁତ କରାଯାଇଥିଲା।

ନିମନ୍ତ୍ରିତ ଅତିଥି ମାନେ ପୁରାତନ ସଂସ୍କୃତି ସହ ପରମ୍ପରାର ସମନ୍ବୟ ଏବଂ ଉତ୍ସବର ଆୟୋଜନ ତଥା ପ୍ରସ୍ତୁତିକୁ ନେଇ ମତପୋଷଣ କରିଥିଲେ। ଯାତ୍ରାରେ ଅଭିନୟ କରିଥିବା କଳାକାର ମାନଙ୍କ ମଧ୍ୟରେ ମହାରାଜ କଂସ ପ୍ରଫୁଲ୍ଲ ମେହେର,ଦ୍ରୁମିଳାଶୁର ଭାବରେ ଦେବେନ୍ଦ୍ର କନ୍ଧେର,ଉଗ୍ରସେନ ସୁବାଷ ବାଗ,ଇନ୍ଦୁମତୀ ସସ୍ମିତା ଦଳବେହେରା,ଅଜୟ ସାହୁ,ଦୁଖିଶ୍ୟାମ,ମଧୁ, କିରଣ,ରୋସନ ଏବଂ ପାର୍ଶ୍ବ କଳାକାର ଅଭିନୟ କରିଥିଲେ। ଚନ୍ଦ୍ରମଣି ଭୋଇଙ୍କ ଦ୍ବାରା ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା।

error: Content is protected !!