Saturday, March 7, 2026
Homeରାଜ୍ୟକେବାଡ ଆଞ୍ଚଳିକ ଧନୁଯାତ୍ରା ଉଦଯାପିତ କଂସାଶୁର ନିଧନ ।

କେବାଡ ଆଞ୍ଚଳିକ ଧନୁଯାତ୍ରା ଉଦଯାପିତ କଂସାଶୁର ନିଧନ ।

ବରପାଲି-ବରପାଲି ବ୍ଳକ କେବାଡ ସପ୍ତମ ତମ ଧନୁଯାତ୍ରା ଉଦଯାପିତ ହୋଇଯାଇଛି। ସପ୍ତ ଦିବସିୟ ମହୋତ୍ସବ ଉଦଯାପନୀ ଦିବସରେ ଶ୍ରୀକୃଷ୍ଣ ଓ ବଳରାମଙ୍କ ଦ୍ବାରା ମହାରାଜା କଂସର ମୃତ୍ୟୁ ହୋଇଥିଲା। ଏହି ଅବସରରେ ଗୋପାଙ୍ଗନ ମାନେ ପରିକ୍ରମା ମାଧ୍ୟମରେ ଦହି ବିତରଣ କରିଥିଲେ। କଂସର ଦୌରାତ୍ମ୍ୟରୁ ରକ୍ଷା ପାଇଥିବାରୁ ସମଗ୍ର ମଥୁରା ଓ ଗୋପଗୁରରେ ମହୋତ୍ସବର ଆୟୋଜନ ହୋଇଥିଲା। ଏହି ଅବସରରେ ମିନା ବଜାର ସହ ପାରାମ୍ପାରିକ ବାଜାଗାଜା ସହିତ ନାଚ ଗିତ ସାଂସ୍କୃତିକ କାର୍ଯ୍ଯକ୍ରମ ମାନ ପ୍ରସ୍ତୁତ କରାଯାଇଥିଲା।

ଉଦଯାପନୀ ଉତ୍ସବରେ ନିମନ୍ତ୍ରିତ ଅତିଥି ଭାବରେ ବିଜେଡି ଜିଲ୍ଲା ଯୁବ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ,ରାଜ୍ଯ ସମବାୟ ଉପସଭାପତି ବିରୋସେନ ସାହୁ,ମେଘନାଦ ପଧାନ,ଗୋପାଳ ଦାଶ,ସୁମନ୍ତ ମେହେର ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ ଆୟୋଜକ ତଥା କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବା ସହ ପୁରାତନ ସଂସ୍କୃତି ଓ ପରମ୍ପରାର ସମନ୍ବୟ ଏବଂ ଉତ୍ସବ ପ୍ରସ୍ତୁତିକୁ ନେଇ କୃତଜ୍ଞତା ଜଣାଇଥିଲେ।

ଯାତ୍ରାରେ ଅଭିନୟ କରିଥିବା କଳାକାର ମାନଙ୍କ ମଧ୍ୟରେ ମହାରାଜ କଂସ ପ୍ରଫୁଲ୍ଲ ମେହେର, ଦ୍ରୁମିଳାଶୁର ଭାବରେ ଦେବେନ୍ଦ୍ର କନ୍ଧେର, ଉଗ୍ରସେନ ସୁବାଷ ବାଗ, ଇନ୍ଦୁମତୀ ସସ୍ମିତା ଦଳବେହେରା,ଅଜୟ ସାହୁ,ଦୁଖିଶ୍ୟାମ,ମଧୁ, କିରଣ,ରୋସନ ଏବଂ ପାର୍ଶ୍ବ କଳାକାର ଅଭିନୟ କରିଥିଲେ। ଚନ୍ଦ୍ରମଣି ଭୋଇଙ୍କ ଦ୍ବାରା ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା।

error: Content is protected !!