ପଦ୍ମପୁର-ପଦ୍ମପୁର ଠାରେ ଚାଲିଥିବା ଜିଲ୍ଲା ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମରେ ଫସଲ ବୀମା ସମସ୍ୟାର ସମାଧାନ ପାଇଁ ଲିଖିତ ଭାବେ ଉପସ୍ଥାପନା କରିଛନ୍ତି। ଚଳିତ ଖରିଫ ଋତୁରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସଂଗଠନର ଅଭିଯୋଗ ପରେ ବର୍ତ୍ତମାନ ସୁଦ୍ଧା ଓଡିଶା ସରକାର ବିଜ୍ଞାପନ ଦେଇଥିଲେ ମଧ୍ୟ ପୋର୍ଟାଳ ଖୋଲୁନଥିବା ବେଳେ କେନ୍ଦ୍ର ସରକାର ଯୋଜନାରେ ସଂଶୋଧନ କରି ଏଗ୍ରିଷ୍ଟେକ ଆଇ.ଡିରେ କୃଷକ ରେଜିଷ୍ଟ୍ରି ହୋଇନଥିଲେ ଅଣ ଋଣୀ ବା ଭାଗ ଚାଷୀ ମାନେ ବୀମା ଭୁକ୍ତ ହୋଇପାରିବେ ନାହିଁ ବୋଲି ନିଷ୍ପତ୍ତିକୁ ଦୃଢ ବିରୋଧ କରି ତୁରନ୍ତ ସମସ୍ତ ଯୋଗ୍ୟ ଚାଷୀ ମାନଙ୍କୁ ବୀମା ଭୁକ୍ତ କରିବାର ଅଧିକାର ଦିଆଯାଉ ନ ହେଲେ ଚାଷ କରିଥିବା ଚାଷୀ ମାନଙ୍କ କ୍ଷୟକ୍ଷତି ହେଲେ ସରକାର ଏବଂ ପ୍ରଶାସନ ଦାଇ ରହିବେ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ।

ବାରମ୍ବାର ପ୍ରାକୃତିକ ବିପର୍ଯୟ କାରଣରୁ ଚାଷୀ ମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଉଥୁବା ବେଳେ ଏହି ପରି ନିଷ୍ପତ୍ତି ଓଡ଼ିଶାର ଚାଷୀ ମାନଙ୍କୁ ନିରାଶ କରିଛି। ଏହି ନିର୍ଦେଶନାମାରେ ଆହୁରୀ ମଧ୍ୟ ଉଲ୍ଲେଖ ଅଛି ଯେ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ସରକାରୀ ସୁବିଧା (ପିଏମ କିସାନ, ସିଏମ କିସାନ, ସରକାରୀ ସବସିଡ଼ି, ଋଣ ଏପରିକି ଆଗାମୀ ଦିନରେ ବଂଶୀୟ ହୋଇ ଆର ୱାର ରେ ନାମ ନଥିଲେ ଧାନ ବିକ୍ରି ପାଇଁ ମଧ୍ୟ ଅସୁବିଧା ହେବ) ପାଇବାକୁ ହେଲେ ଏଗ୍ରିଷ୍ଟେକ ଆଇ.ଡିରେ କୃଷକ ସାମିଲ ହେବାକୁ ବାଧ୍ୟ ଅଟନ୍ତି। ଓଡିଶା ପରିପେକ୍ଷିରେ ବିଚାର କଲେ ଏଗ୍ରିଷ୍ଟେକ ରେ ସାମିଲ ହେବାକୁ ହେଲେ ଜମିମାଲିକାନା ସତ୍ୱ ଥିବା ଜରୁରୀ ଅଟେ ଯଦି ବଂଶୀୟ ହକଦାର ମାନେ ଏଗ୍ରିଷ୍ଟେକରେ ପଞ୍ଜିକରଣ କରିବାକୁ ଚାହିଁଲେ ମଧ୍ୟ ତାହା ହେଉନାହିଁ ।

ଏଣୁ ଏଗ୍ରିଷ୍ଟେକର ନିୟମାବଳୀ ପରିବର୍ତ୍ତନ କରାଯାଉ ନ ହେଲେ ବଂଶୀୟ ଅଧିକାରୀ ମାନଙ୍କୁ ମଧ୍ୟ କେମିତି ସାମିଲ ହେବେ ସେଦିଗରେ ପଦକ୍ଷେପ ନେବେ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଏହି ଜନଶୁଣାଣିରେ ପଦ୍ମପୁର, ବିଜେପୁର, ଗାଇସିଲେଟ, ସୋହେଲା, ଝାରବନ୍ଧ, ପାଇକମାଲ ଏବଂ ଏନଏସସି,ପଦ୍ମପୁର ବ୍ଲକର ପ୍ରତିନିଧି ମଣ୍ଡଳୀର ଲିଙ୍ଗରାଜ ପଧାନ, ସୁବାସ ସାମନ୍ତରାୟ, ମୁରଲୀ ଭୋଇ, ବିଭୁଦତ୍ତ ସାହୁ,କ୍ଷୀରୋଦ୍ର ପଧାନ, ମହେନ୍ଦ୍ର ପଧାନ,କୈଳାଶ ବାରିକ, ଆନନ୍ଦ ପଧାନ, ସରୋଜ ସାହୁ ଦେବରାଜ ସାହୁ ଏବଂ ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ରମେଶ ମହାପାତ୍ର ଯୋଗଦେଥିଲେ।




