Saturday, March 7, 2026
Homeରାଜ୍ୟକେନ୍ଦୁଭଟାରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ।

କେନ୍ଦୁଭଟାରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଜାମୁଟପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ କେନ୍ଦୁଭଟା ଛକ ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇ ଯାଇଛି l ଦେବଦତ୍ତ କ୍ଳବ ଅନୁଜୁଲ୍ୟ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କ୍ଲବର କର୍ମକର୍ତ୍ତା ମାନେ ଜନସାଧାରଣ ଙ୍କୁ ଦ୍ରୁତ ଗତିରେ ଗାଡି ନ ଚଳାଇବା, ମୋବାଇଲ ରେ କଥା ହୋଇ ଗାଡି ନ ଚଳାଇବା, ମଦ୍ୟ ପାନ କରି ଗାଡି ନ ଚଳାଇବା, ଧାର୍ଯ୍ୟ ଓଜନ ଠାରୁ ଅଧିକ ଲୋଡ଼ ନ କରିବା, ହେଲମେଟ ବ୍ୟବହାର କରିବା, ଟ୍ରାଫିକ ନିୟମ କୁ ପାଳନ କରିବା ପାଇଁ ,

ରାସ୍ତାରେ ଯାଉଥିବା ସମସ୍ତ ଗାଡି ଚାଲକ ମାନଙ୍କୁ ଲିଫଲେଟ ଦେଇ ସଚେତନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବରିହାପୁଖପାଣି ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଅଶ୍ୱିନୀ କୁମାର ଦାଶ, କୃଷି ଗ୍ରାମ ସେବକ ଚନ୍ଦନ ବାଗ, ଦେବଦତ୍ତ କ୍ଲବର ଶେଷଦେବ ସାହୁ, ବିଜୟ ମାଝୀ, ବୀରେନ୍ଦ୍ର ବାରିକ, ମନ ଡନସନା, ଥବିର ସାହୁ, ଉମାକାନ୍ତ ସାହୁ, ରୋହିତ ବେହେରା, ସଂଜୀବ ରଣା, ଭଜମନ ଗଡତିଆ ଉପସ୍ଥିତ ଥିଲେ l

error: Content is protected !!