Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିକୃଷକ ସଂଗଠନର ନୂଆଁଖାଇ ଭେଟଘାଟ l

କୃଷକ ସଂଗଠନର ନୂଆଁଖାଇ ଭେଟଘାଟ l

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ ଜିଲା ଭେଡେନ ବ୍ଲକ ଅଧିନ ଅର୍ଜ୍ଜୁଣ୍ଡା ମାର୍କେଟୟାର୍ଡରେ କୃଷକ ସଂଗଠନ ଅର୍ଜ୍ଜୁଣ୍ଡା ପଂଚାୟତ ତରଫରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲା ସଂଯୁକ୍ତ କୃଷକ ସଂଗଠନର ରମେଶ ମହାପାତ୍ର,ବ୍ଲକ କୃଷକ ସଂଗଠନର ସଭାପତି ତଥା ସାହିତ୍ୟିକ ,କବି ଉତ୍ପନ ଭୋଇ,ସମ୍ବଲପୁରୀ ହାସ୍ୟ କବି ଦେବେନ୍ଦ୍ର ସାହୁ,କୋଶଲୀ କବି ଲଖ୍ମଣ ମଲ୍ଲିକ ,କବି ଉମେଶ ପଧାନ,ବ୍ଲକ କୃଷକ ସଂଗଠନର ସମ୍ପାଦକ ସୁଦାମ ପାତ୍ର ପ୍ରମୁଖ ମଂଚାସୀନ ଥିଲେ |ନୂଆଁଖାଇ |

ଭେଟଘାଟର ଉଦ୍ଦେଶ୍ୟ ସମ୍ପର୍କରେ ଅତିଥିମାନେ ମତପ୍ରକାଶ କରିଥିଲେ |କବି ଲଖ୍ମଣ ମଲ୍ଲିକ ନୂଆଖାଇ କବିତା ପରିବେଷଣ କରିଥିଲେ ଓ ହାସ୍ୟକବି ଦେବେନ୍ଦ୍ର ସାହୁ ହାସ୍ୟକବିତା ପରିବେଷଣ କରିଥିଲେ |ଏହି କାର୍ଯ୍ୟକ୍ରମରେ ଆନନ୍ଦ ବେହେରା,ସୀତାରାମ ବନଛୁର,ରାଜେଶରଂଜନ ପାଢୀ,ବିଜନ ପାଢୀ,ଯୁମେଶ ବେହେରା,ସୁଧାଂଶୁ ଦୀପ,ରବି ଦୀପ,ସୁନୀଲ ରଣା,ନିରଜଂନ ବନଛୁର,ନରେନ୍ଦ୍ର ଭୁଏ,ସୁରେଶ ମାଝି ପ୍ରମୁଖ ସହଯୋଗ କରିଥିଲେ |ଯୋଗଦେଇଥିବା ଅର୍ଜ୍ଜୁଣ୍ଡା ପଂଚାୟତର ସମସ୍ତ ଚାଷୀମାନେ ଏକତ୍ରିତ ହୋଇ ସମସ୍ତେ ଏକାଠି ଅନ୍ନପ୍ରସାଦ ସେବନ କରିଥିଲେ |

error: Content is protected !!