Sunday, March 8, 2026
Homeରାଜ୍ୟକୁମ୍ଭାରୀ ଗୁରୁ ପୀଠରେ ଗୁରୁ ପୂର୍ଣ୍ଣିମା ଉତ୍ସବ ।

କୁମ୍ଭାରୀ ଗୁରୁ ପୀଠରେ ଗୁରୁ ପୂର୍ଣ୍ଣିମା ଉତ୍ସବ ।

ବରପାଲି-ବରପାଲି ବ୍ଲକ କୁମ୍ଭାରୀ ଗୁରୁ ପୀଠରେ ଗୁରୁ ପୂର୍ଣ୍ଣିମା ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି। ଆଇଏସଟିୱାଏ କଦଳୀପାଲି ଶାଖା କୁମ୍ଭାରୀ ଗ୍ରାମର ଗୁରୁପୀଠ ପରିସରରେ ଶ୍ରଦ୍ଧା ଓ ଉତ୍ସାହର ସହ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ ଅବସରରେ ଗୁରୁବାର ପୂର୍ବାହ୍ନ ପ୍ରଥମାର୍ଦ୍ଧ ଆଶ୍ରମ ଶିଷ୍ୟ ଓ ଶିଷ୍ୟା ମାନେ ଭକ୍ତି ଭାବ ନେଇ ପୂଜ୍ୟ ଗୁରୁଦେବ ଓ ପୂଜନୀୟା ଗୁରୁମାଙ୍କ ପଦଧୌତ ସହ ପୂଜାର୍ଚ୍ଚନା କରିଥିଲେ। କାର୍ଯ୍ୟକ୍ରମରେ ପୂଜ୍ୟ ଗୁରୁଦେବ ପ୍ରଭୁ ଶରଣାଗତ ଆନନ୍ଦ ‘ଗୁରୁ’ ବିଷୟରେ ଦିବ୍ୟ ଅଭିଭାଷଣ ଦେଇ ପରିବେଶକୁ ଆଧ୍ୟାତ୍ମିକ ଭାବମୟ ସୃଷ୍ଟି କରିଥିଲେ।

ପୂଜନୀୟା ଗୁରୁମାଁ ‘ଗୁରୁଭକ୍ତି’ ସମ୍ବନ୍ଧରେ ଏବଂ ଆଚାର୍ଯ୍ୟ ଶେଷଦେବ ଗୁରୁ ପୂର୍ଣ୍ଣିମା ପାଳନର ଉଦ୍ଦେଶ୍ୟ ଓ ତାର ରହସ୍ୟ ସମ୍ଵନ୍ଧରେ ଦିବ୍ୟ ଅଭିଭାଷଣ ଉପସ୍ଥାପିତ କରିଥିଲେ। ଏହାପରେ ଅନ୍ୟ ସାଧକମାନେ ମଧ୍ୟ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ସାଧକ ପ୍ରେମାନନ୍ଦ ବାରିକ ଉଦଯାପନ ଅଭିଭାଷଣ ପ୍ରଦାନ କରିଥିଲେ। ଗୁରୁଙ୍କ ରଚିତ ଆଧ୍ୟାତ୍ମିକ ଭାବଭକ୍ତିଭରା ସଂଗୀତ ସମସ୍ତଙ୍କ ମଧ୍ୟରେ ଐଶ୍ବରିକ ଭାବଧାରା ସଂଚାର କରିଥିଲା।

କୈଳାସ, ବାସନ୍ତୀ, ମମତା,ସରୋଜ, ସଂଜୟ, ଅଶୋକ, ଦଶରଥ ତଥା ଅନ୍ୟାନ୍ୟ ସାଥୀ ବୃନ୍ଦ ସଙ୍ଗୀତରେ ସହଯୋଗ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ପ୍ରକାଶ ପ୍ରଧାନ। ସୁସ୍ବାଦୁ ପ୍ରସାଦ ସେବନ ପରେ ମାଙ୍ଗଳିକ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା। ଅପୂର୍ଣ୍ଣ ଜୀବନକୁ ପୂର୍ଣ୍ଣ କରିବା ପାଇଁ ଗୁରୁ ପ୍ରଦତ୍ତ ଆଧ୍ୟାତ୍ମିକ ଶିକ୍ଷା ଓ ସାଧନାର ଆବଶ୍ୟକତା, ଗୁରୁଙ୍କ ରହସ୍ୟମୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଗୁରୁପୂର୍ଣ୍ଣିମା ପାଳନର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା।

error: Content is protected !!