ବରପାଲି-ବରପାଲି ବ୍ଲକ କୁମ୍ଭାରୀ ନିୟନ୍ତ୍ରିତ ବଜାର ସମିତି ପରିସରରେ ଅମ୍ବରିଶ ସାହୁଙ୍କ ସଭାପତିତ୍ୱରେ ପଞ୍ଚାୟତ ସ୍ତରୀୟ କୃଷକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସଂଯୁକ୍ତ କୃଷକ ସଙ୍ଗଠନ ଉପଦେଷ୍ଟା ସଦସ୍ୟ ରମେଶ ମହାପାତ୍ର ଯୋଗଦେଇ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ଏବଂ ସମାଧାନ ଦିଗରେ ଆଲୋଚନା କରିଥିଲେ। ଭାରତ ବର୍ଷର ପରିଗଣନାରେ ଓଡିଶାର ସ୍ଥାନ ତଳ ପଟରୁ ଦୁଇନମ୍ବର ରାଜ୍ୟ ଭାବେ ରହିଛି। ଆମ ରାଜ୍ୟର କୃଷକ ମାନଙ୍କ ମାସକ ଆୟ ୫୧୧୨ ଟଙ୍କା ଯାହା କୃଷି କ୍ଷେତ୍ରରୁ କେବଳ ମାତ୍ର ୧୬୬୦ ଟଙ୍କା ଆୟ ହୋଇଥାଏ।
ଆୟ କମ ହେବାର ଅନେକ କାରଣ ରହିଛି ତନ ମଧ୍ଯରୁ କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟ ନ ମିଳିବା, ବଜାର ବ୍ୟବସ୍ଥା ନରହିବା, ସୁଲଭ ମୂଲ୍ୟରେ କୃଷି ଯନ୍ତ୍ରପାତି, ସାର, ବିହନ, ଔଷଧ ଆଦି ନ ମିଳିବା ସମ୍ପର୍କିତ ସମସ୍ଯାରେ ଜୁଝି ହେଉଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧିତ କ୍ଷୟକ୍ଷତି ଅନ୍ଯ ଏକ ସମସ୍ଯାରେ ଘାଣ୍ଟି ହୋଇଥାଏ। କ୍ଷୟକ୍ଷତିର ସଠିକ ରୂପରେଖା ପ୍ରସ୍ତୁତ ହୋଇଥିଲେ ସୁଦ୍ଧା ପ୍ରକୃତ କ୍ଷତିପୁରଣ ପ୍ରାପ୍ତିରେ ବଂଚୁତ ରହୁଥିବା ରୁ ଓଡିଶାର ଚାଷୀ ଗରିବ, ଜମିଚାଷ କାର୍ଯ୍ଯ ଛାଡି ଦାଦନ ମୁହାଁ ହେବାକୁ ବାଧ୍ଯ ହେଉଥିବା ଦେଖାଯାଉଛି। ଗତ ସାଧାରଣ ନିର୍ବାଚନ ରେ ନୂତନ ରାଜ୍ୟ ସରକାର ଧାନ କ୍ୟୁଣ୍ଟାଲ ୩୧୦୦ ମୂଲ୍ଯରେ ଦେବା ପାଇଁ ନିର୍ବାଚନ ମୈଦାନରେ ଖୋଲାଖୋଲି ଘୋଷଣା କରିଥିଲେ।
ସେହିପରି ବିଧାନସଭାର ପ୍ରଥମ ବୈଠକ ରେ କୃଷକ ମାନଙ୍କ ଉନ୍ନତି ପାଇଁ କୃଷକ ସମ୍ବୃଦ୍ଧି ନୀତି ୧୦୦ ଦିନ ମଧ୍ୟରେ ଆଣିବା ଓ କୃଷକ ମାନଙ୍କୁ ଦେଇଥିବା ପ୍ରତିଶୃତି କାର୍ଯ୍ୟକାରୀ କରିବୁ ବୋଲି କହିଛନ୍ତି। ଉପସ୍ଥିତ ଚାଷୀ ମାନେ ୩୧ଶହ ଟଙ୍କା ଧାନ କ୍ୟୁଣ୍ଟାଲ ପାଇବାକୁ ହେଲେ ମଣ୍ଡି ଜରିଆରେ ଧାନ ବିକ୍ରି କରିବାକୁ ପଡିବ ବୋଲି ଦାବୀ ଉଠାଇଥିଲେ। ବିଗତ ବର୍ଷ ର ଫସଲ ବୀମା ଏବଂ ଇନପୁଟ ସବସିଡି ପ୍ରସଙ୍ଗରେ ମଧ୍ୟ ବିଶୃତ ଭାବରେ ଆଲୋଚନା ପର୍ଯ୍ୟାଲୋଚନ ହୋଇଥିଲା। ପରେ ସର୍ବ ସମ୍ବତ କ୍ରମେ କୁମ୍ଭାରୀ ପଞ୍ଚାୟତ ସ୍ତରରେ ଗୋଟିଏ କୃଷକ କମିଟି ଗଠନ ମାଧ୍ଯମରେ ଚାଷୀଙ୍କ ହକ ଓ ଅଧିକାର ପାଇଁ ସଦାସର୍ବଦା ସଚେତନ ରହି ଲଢେଇ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ଏହି ଦିନିକିଆ ଶିବିରରେ ଆଞ୍ଚଳିକ କୃଷକ ସଂଗଠନ ବରପାଲି ସଭାପତି କାରଣ ସାହୁ, ନିରଞ୍ଜନ ପଧାନ ଏବଂ କୃଷ୍ଣଚନ୍ଦ୍ର ଭୋଇ , ଦିବାକର ବୁଧୀଆ, ଡୋଲାମଣୀ ସାହୁ , ଅରୁଣ ପୂଝରୀ,ଭୁବନେଶ୍ୱର ଖମାରୀ, ଗୁଣନିଧି ପଧାନ, ଘନଶ୍ୟାମ ସାହୁ, ସୁରେନ୍ଦ୍ର ଭୋଇ, କୁମର ମଣି ସାହୁ ଆଲୋଚନା ରେ ଅଂଶ ଗ୍ରହଣ କରିଥିବା ବେକେ ଅଞ୍ଚଳର ଶତାଧିକ ଚାଷୀ ଶିବିର ରେ ସାମିଲ ହେବା ସହିତ ଅନ୍ଯାନ୍ଯ ସମସ୍ଯା ମାନ ଉପସ୍ଥାପନ କରିଥିଲେ।