ପଦ୍ମପୁର-ବରଗଡ଼ ଜିଲ୍ଲା ପଦ୍ମପୁର ସହର ଦୂର୍ଗା ମନ୍ଦିର ଠାରୁ ଭେଉରିଆଛକ ଓ ଥାନାଛକ ହୋଇ ଭେଉରିଆ ଛକ ଠାରେ କିଟ୍ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ଆତ୍ମହତ୍ୟା ପାଇଁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିଟ୍ ଛାତ୍ରୀ ଆତ୍ମହତ୍ୟା କରିଥିବା ଘଟଣା ଅତି ଦୁଃଖଦାୟକ ଓ ଆମେ ସମସ୍ତେ ମର୍ମାହତ ଜଣାଇ ଘଟଣା ର ସିବିଆଇ ତଦନ୍ତର ଦାବି କରି ଏକ ରେଲି କରାଯାଇଛି।

ଷ୍ଟୁଡେଣ୍ଟ୍ ସୋସାଇଟି ଅଫ୍ ଓଡ଼ିଶା ତରଫରୁ ରେଭେନ୍ସା ର ପୂର୍ବତନ ଛାତ୍ର ସଂସଦ ସମ୍ପାଦକ ତଥା ପଦ୍ମପୁରର ସମାଜସେବୀ ଚନ୍ଦନ ବଂଶଲ ଙ୍କ ନେତୃତ୍ବରେ ଛାତ୍ର ଓ ଯୁବକ ସାମିଲ୍ ହୋଇ ଆମେ ନ୍ଯାୟ ଚାହୁଁ ନାରାଦେଇ ନଗର ପରିକ୍ରମା କରିବାସହ ଭେଉରିଆଛକ ଠାରେ ମୃତ୍ୟୁ ବରଣ କରିଥିବା ଛାତ୍ରୀ ଙ୍କ ନାମରେ ନିରବ ପ୍ରାର୍ଥନା କରିବା ସହ ମହମବତୀ ଜଲାଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।

