Friday, June 6, 2025
spot_imgspot_imgspot_img
Homeରାଜ୍ୟକାହିଁକି ଏତେ ଦିନ ମନେ ପଡୁନଥିଲା ଏଥେଲେଟିକ ଆସୋସିଏସନ ?

କାହିଁକି ଏତେ ଦିନ ମନେ ପଡୁନଥିଲା ଏଥେଲେଟିକ ଆସୋସିଏସନ ?

ଦରକାର ନଥିଲା ନା ଇଚ୍ଛା ଶକ୍ତିର ଥିଲା ଅଭାବ?

ପୂର୍ବ ସରକାରଙ୍କ ଶାସନ ସମୟରେ କ୍ରୀଡା ସଂଘ ପ୍ରତି କଣ ଅବଦାନ ଥିଲା?

ପଦ୍ମପୁର-ପଦ୍ମପୁର ଉପଖଣ୍ଡ କ୍ରୀଡା ପ୍ରେମୀ, ଖେଳାଳି ଓ ସଂସ୍କୃତିର ମାଟି । ଏହି ମାଟିରୁ ବିଗତ ଦିନ ମାନଙ୍କରେ ଏଥେଲେଟିକର ବିଭିର୍ଣ୍ଣ ଶ୍ରେଣୀରେ ବହୁ ଖେଳାଳି ରାଜ୍ୟ ତଥା ରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଖେଳରେ ଭାଗ ନେଇ ଅଞ୍ଚଳ ପାଇଁ ସୁନାମ ଆଣିଛନ୍ତି ଯାହା ପଛରେ ପଦ୍ମପୁର ଏଥେଲେଟିକ ଆସୋସିଏସନ ଅନବରତ ପ୍ରୟାସ କରି ଆସିଛି। ଏଥେଲେଟିକ ଆସୋସିଏସନ ତରଫରୁ ଅଞ୍ଚଳର ଖେଳାଳି ମାନଙ୍କ ଅଗ୍ରଗତିକୁ ଦୃଷ୍ଟିରେ ରଖି ବିଗତ ବର୍ଷ ମାନଙ୍କରେ ସର୍ବଭାରତୀୟ ସ୍ତରର ଫୁଟବଲ ଟୁର୍ଣ୍ଣାମେଣ୍ଟ ,

ଖେଳାଳି ମାନଙ୍କ ପାଇଁ ପୂର୍ବତନ ସାଂସଦ ସଞ୍ଜୟ ଭୋଇଙ୍କ ସମୟରେ ମିଳିଥିବା ଅନୁଦାନରୁ ଏକ ଚେଞ୍ଜିଙ୍ଗ ରୁମ, ଅଶୋକ ପଡିଆରେ ଅସାଧୁ ଏବଂ ଦୁର୍ବୃତ୍ତଙ୍କ ଆସାମାଜିକ କାର୍ଯ୍ୟକଳାପ ରୋକିବା ପାଇଁ ଭାଙ୍ଗି ଯାଇଥିବା ଉଭୟ ଗେଟର ନବୀକରଣ ତଥା ପଡିଆ ରାସ୍ତାକୁ ଫାଇବର ବ୍ଲକ ପକାଇ ସୌନ୍ଦର୍ଯ୍ୟକରଣ ସହ ପଡିଆରେ ପୂର୍ବତନ ସାଂସଦ ସୁରେଶ ପୂଜାରୀଙ୍କ ସମୟରେ ମିଳିଥିବା ଅନୁଦାନରୁ ୩୦×୬୦(୧୮୦୦ ବର୍ଗ ଫୁଟ)ର ଏକ ମଞ୍ଚ ନିର୍ମାଣ ପରି ବିଭିନ୍ନ ପ୍ରକାରର କାର୍ଯ୍ୟ କରି ଆସୁଛି।

କିନ୍ତୁ ବର୍ତ୍ତମାନ କିଛି ମୁଷ୍ଟିମେୟ ଖଳ ପ୍ରବୃତ୍ତି ବ୍ୟକ୍ତି ନିଜର ରାଜନୈତିକ ସ୍ୱାର୍ଥ ହାସଲ ଉଦ୍ଦେଶ୍ୟରେ ଏଥେଲେଟିକ ଆସୋସିଏସନକୁ ବଦନାମ କରିବାକୁ ଚେଷ୍ଟା କରୁଥିବା ସ୍ପଷ୍ଟ ବାରି ହେଉଛି। ଏମିତି କି ଗତ କିଛିଦିନ ପୂର୍ବରୁ ଏଥେଲେଟିକ ଆସୋସିଏସନ ତରଫରୁ ଏକ ପ୍ରତିନିଧି ଦଳ ଅଶୋକ ଖେଳ ପଡିଆକୁ ଏକ ଅତ୍ୟାଧୁନିକ ଷ୍ଟେଡିୟମରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ କ୍ରୀଡା ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ସହ ଖୁବ ଶୀଘ୍ର କାର୍ଯ୍ୟରମ୍ଭ ପାଇଁ ମଧ୍ୟ ଅନୁମାନ କରାଯାଉଥିବା ବେଳେ ତାକୁ ପରୋକ୍ଷରେ ନହେବାକୁ ଦେବା ପାଇଁ ଆଜି ଧାରଣାରେ ବସି ଏକ ହିନ ଚକ୍ରାନ୍ତ ଚଳାଇଛନ୍ତି ଜାହା ପୂର୍ଣ୍ଣତଃ ହାସ୍ୟାସ୍ପଦ ଅଟେ।

ବିଗତ ଦୀର୍ଘ ବର୍ଷ ଧରି ନିଜ ସରକାର ଶାସନ ରେ ଥିବା ସତ୍ୱେ ମଧ୍ୟ କୌଣସି ବିକାଶ ମୂଳକ କାର୍ଯ୍ୟ ଅଞ୍ଚଳର କ୍ରୀଡା ସଂଘ ପାଇଁ କରିବା ତ ଦୂର ଆଳ ଆଖିରେ ଦେଖି ମଧ୍ୟ ନାହାନ୍ତି ଆଉ ଆଜି ନିଜର ରାଜନୈତିକ ଖଳ ଉଦ୍ଦେଶ୍ୟ ପୁରଣ କରିବା ପାଇଁ କୁମ୍ଭୀର କାନ୍ଦଣା ନକରି ତାଙ୍କ ସରକାର ସମୟରେ କଣ ପାଇଁ ଥରୁ ଟିଏ ମଧ୍ୟ ଏଥେଲେଟିକ ଆସୋସିଏସନ ତଥା କ୍ରୀଡ଼ାବିତ ମାନଙ୍କ ବିକାଶ କଥା ମାନେ ପଡୁନଥିଲା, ଦରକାର ମନେ ହେଉନଥିଲା ନା ବିଗତ ସରକାର ଏବଂ ବିଗତ ସ୍ଥାନୀୟ ନେତୃତ୍ୱଙ୍କ ଇଚ୍ଛା ଶକ୍ତିର ଅଭାବ ଥିଲା ତାର ଆଗେ ଉତ୍ତର ଦିଅନ୍ତୁ ନଚେତ ଏ ପାଖଣ୍ଡ ବନ୍ଦ କରନ୍ତୁ। ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ କରିଛନ୍ତି ପୂର୍ବତନ ଖେଳାଳି ଏବଂ ଏଥେଲେଟିକ ଆସୋସିଏସନ ସଦସ୍ୟ। ତେବେ ଏହି ସମ୍ମିଳନୀରେ ଆସୋସିଏସନର ସଦସ୍ୟ ଅଶୋକ କୁମାର ମିଶ୍ର, ସରୋଜ ମିଶ୍ର, ନରୋତ୍ତମ ପଧାନ, ହରି ଶଙ୍କର ସିଂ,ଇଂ କୁନାଲ ପାଣିଗ୍ରାହୀ, ନରେଶ ସୁନ୍ଦର ସାହୁ ପ୍ରମୁଖ ସଦସ୍ୟ ଉପସ୍ଥିତ ରହିଥିଲେ।

error: Content is protected !!