ପଦ୍ମପୁର – ସ୍ଥାନୀୟ ପି ଏମ ଶ୍ରୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟର ଗଣିତ ଓ ବିଜ୍ଞାନ ଶିକ୍ଷକ ମାନଙ୍କ କାସକେଡ୍ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି। ଯୁଗପୋଜୋଗୀ ଶିକ୍ଷା ବ୍ୟବସ୍ଥାକୁ ଭିତ୍ତି କରି ଖାନ ଏକାଡେମୀ ଦ୍ୱାରା ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ଛାତ୍ରଛାତ୍ରୀ ମାନଙ୍କ ପାଇଁ କେତେ ଉପାଦେୟ ତାହା ନୂତନ ଭାବରେ ବରଗଡ଼ ଜିଲ୍ଲା ଶିକ୍ଷାଅଧିକାରୀ ଭାବେ ଯୋଗଦାନ କରିଥିବା ଶ୍ରୀ ଜ୍ୟୋତିକାନ୍ତ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରାଞ୍ଜଳ ଭାବରେ ଆଲୋକପାତ କରିଥିଲେ।

ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ସାଧନକର୍ମୀ ଭାବରେ ଶ୍ରୀ ବିକାଶ କୁମାର ରଣା ଓ ଶ୍ରୀ ଲଳିତ ବିଶ୍ଵାଳ ଯୋଗଦେଇ ପ୍ରଶିକ୍ଷଣ ଦେଇଥିଲେ। ବ୍ଲକର ସମସ୍ତ ସ୍କୁଲରୁ ୬୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ। ବରିଷ୍ଠ ବିଜ୍ଞାନ ଶିକ୍ଷକ ଶ୍ରୀ ମାନସ ରଞ୍ଜନ ଶତପଥୀ କାର୍ଯ୍ୟକ୍ରମଟିର ସଂଯୋଜନା କରିଥିଲେ।



