Saturday, March 7, 2026
Homeଅଘଟଣକାର ବାଇକ ମୁହାଁମୁହିଁ ଧକ୍କା : ବାଇକ ଆରୋହୀ ଆହତ ।

କାର ବାଇକ ମୁହାଁମୁହିଁ ଧକ୍କା : ବାଇକ ଆରୋହୀ ଆହତ ।

ଅତାବିରା- ଶନିବାର ମଧ୍ଯାହ୍ନ ୧୨ଟାରେ ବରଗଡ ସମ୍ବଲପୁର ୫୩ ନମ୍ବର ଜାତୀୟ ରାଜପଥ ଅତାବିରା ଥାନା ଅଧିନ ଦେବାହାଲ ଛକରେ ସଡକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ଆହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ଅତାବିରା ଥାନା ଅଧିନ ଦେବାହାଲ ଗ୍ରାମର ଅଶ୍ବିନୀ ଭୋଇ ନାମକ ଜଣେ ବ୍ଯକ୍ତି ବାଇକ ଯୋଗେ ଘରୁ ଦେବାହାଲ ଛକକୁ ଆସୁଥିବା ବେଳେ JH01CU8152 ନମ୍ବର ଥିବା ଗୋଟିଏ କାର ବରଗଡ ପଟୁ ଆସି ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା ଯାହାଫଳରେ ବାଇକ ଆରୋହୀ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତ ହୋଇଥିବା ଅଶ୍ବିନୀ ଭୋଇଙ୍କୁ ଉଦ୍ଧାର କରି ନିକଟସ୍ଥ ଅତାବିରା ମେଡିକାଲକୁ ନେଇଥିଲେ।

error: Content is protected !!