ବରଗଡ଼ – ଆଜି ଆମ ମାତୃଭୂମି ଭାରତ ବର୍ଷ ର ପ୍ରାୟେକ ସ୍ଥାନରେ ୭୮ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସ ର ସହିତ ପାଳନ କରାଯାଇଛି । ଏହି ଅବସର ରେ ଦେଶର ପ୍ରତେକ ନାଗରିକ ଆମର ଜାତୀୟ ପତାକା କୁ ପ୍ରଣାମ କରିବା ସହିତ ସ୍ୱାଧୀନତା ସଂଗ୍ରାମ ର ସଂଗ୍ରାମୀ ମାନଙ୍କୁ ପ୍ରଣାମ କରୁଛନ୍ତି । ୭୮ତମ ସ୍ୱାଧୀନତା ଦିବସ ଅବସରରେ ବରଗଡ଼ ଜିଲ୍ଲା ପାଇକମାଲ ହାଇ ସ୍କୁଲ ପଡିଆ ଠାରେ , ବ୍ଲକ ସ୍ତରୀୟ ସମାରୋହ ର ଆୟୋଜନ କରାଯାଇ ଥିଲା । ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବାରିହା , ୭୮ତମ ସ୍ୱାଧୀନତା ଦିବସ ସମାରୋହ ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
ଏହି ଅବସରରେ ନିଜର ଅଭିଭାଷଣ ରଖି ମାନ୍ୟବର ବିଧାୟିକା ପ୍ରଥମେ , ସ୍ୱାଧୀନତା ସଂଗ୍ରାମ ରେ ନିଜର ଜୀବନ ଉତ୍ସର୍ଗ କରି ସର୍ବୋଚ୍ଚ ବିଦ୍ୱାନ ଦେଇ ସହିଦ ହୋଇଥିବା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଟ୍ବିଲେ ଓ ଦେଶ ନିର୍ମାଣ ରେ ନିଜର ସର୍ବସ୍ବ। ସମର୍ପଣ କରିଥିବା ସଂଗ୍ରାମୀ ମାନଙ୍କୁ ପ୍ରଣାମ ଜଣାଇଥିଲେ । ଏହା ସହିତ ସ୍ଵାଧୀନତା ସଂଗ୍ରାମ ର ପ୍ରଥମ ସହିଦ , ଘେସଁ ଜମିଦାର ସହିଦ ମାଧୋ ସିଂ ତାଙ୍କର ପୁତ୍ର ଐରି ସିଂ , ବୈରି ସିଂ , ହଟେ ସିଂ , କୁଞ୍ଜେଳ ସିଂ , ତାଙ୍କର ଜ୍ୱାଇଁ ଙ୍କର ତଥା ଏହି ଅଂଚଲତ ହଜାର ହଜାର ଆଦିବାସୀ ମାନଂକ ସ୍ୱାଧୀନତା। ପାଇଁ ଲଢେଇ ଓ ବଳିଦାନ ବିଷୟରେ ବର୍ଣନା କରିବା ସହିତ , ପଡ଼ିଆରେ ଉପସ୍ଥିତ ସମସ୍ତ ସ୍ରୋତା ଓ ଛାତ୍ରଛାତ୍ରୀ ମାନଙ୍କୁ ଆମ ସଂଗ୍ରାମୀ ପୂର୍ବ ପୁରୁଷ ମାନଙ୍କ ବାବଦରେ ଆହୁରି ଅଧିକ ଜାଣିବା ପାଇଁ କହିବା ସହିତ , କଠୋର ପରିଶ୍ରମ ସହିତ ସତ୍ୟତା ଅବଲମ୍ବନ କରି ଦେଶ ନିର୍ମାଣ ରେ ଇଜର ଯୋଗଦାନ ଦେବା ପାଇଁ କହିତଭିଲେ ।
ଆଜିକାର ସମାରୋହ ସମୟରେ ଯଦିଓ ପାଗ ବଢିଆ ଥିଲା , ପଡ଼ିଆରେ ଦର୍ଶକ ମାନଙ୍କ ଉପସ୍ଥିତି ମଧ୍ୟ ଭଲ ଟ୍ଵିଲା ହେଲେ ପଡିଆ ସର କାଦୁଅ ରେ ଭର୍ତି । ଛାତ୍ରଛାତ୍ରୀ ମାନେ କାଦୁଅ ବିଭିତରେ ଛିଡା ହେବା ପାଇଁ ଓ ପେରେଡ଼ କରିବା ଦୃଶ୍ୟ ଖରାପ ଲାଗୁଥିଲା । ଦର୍ଶକ ମାନଙ୍କ ପାଇଁ ପଡ଼ିଆରେ ମୋନାସି ବ୍ୟବସ୍ଥା ନ ଟ୍ଵିଲା । ଆଜିକାର ସମାରୋହ ରେ ବିଭିନ୍ନ ସ୍କୁଲ ର ପ୍ରାୟ ୩୪ ଗୋଟି ଦଳ ଭାଗ ନେଇଥିବା ବେଳେ , ରଙ୍ଗାରଙ୍ଗ ସନଶୃତିକ କାର୍ଯକ୍ରମ ପରିବେଷଣ କରାଯାଇଟ୍ବିଲା । ଶେଷରେ ବିଧାୟିକା ଙ୍କର ଦ୍ୱାରା ପ୍ରତିନୋଗି ମାନଙ୍କୁ ପୁରସୃତ କରାଯାଇଥିଲା । ଏହି ସମାରୋହ କୁ ପାଇକମାଲ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ , ବିଡ଼ିଓ ଶ୍ରୀ ପ୍ରଫୁଲ କୁମାର ଅଦୁ ଓ ତାଙ୍କର ସହଯୋଗୀ ମନେ ପରିଚାଳନା କରିତବିଲେ ।