Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିକଳସ ଯାତ୍ରା ସହ ବୈଶାଖ ମେଳା ଆରମ୍ଭ ।

କଳସ ଯାତ୍ରା ସହ ବୈଶାଖ ମେଳା ଆରମ୍ଭ ।

ପାଇକମାଳ-ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୁଣ୍ୟ ପୀଠ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ନୃସିଂହନାଥ ଠାରେ ବୈଶାଖ ମେଳା ଶନିବାର ସନ୍ଧ୍ୟାରେ ଆରମ୍ଭ ହୋଇଯାଇଛି । ଏକ ଭବ୍ୟ କଳସ ଶୋଭାଯାତ୍ରାରେ ବାହାରି ମା ଭଉଣୀ ତଥା ଭକ୍ତ ମାନେ ଝରଣାର ଗଣେଶ ଘାଟରେ ପବିତ୍ର ପାଣି କଳସରେ ଆଣି ନୃସିଂହନାଥ ମନ୍ଦିର, ଶିବ ମନ୍ଦିର, ସମଲେଶ୍ବରୀ ମନ୍ଦିର , ଶ୍ରୀରାମ ମନ୍ଦିର, ବିନ୍ଧ୍ଯବାସିନୀ ମନ୍ଦିର ଓ ଅନ୍ୟ ପାଶ୍ବ ଦେବା ଦେବୀ ମନ୍ଦିର କୁ କଳସ ଯାତ୍ରାରେ ଯାଇ ପୂଜା ଅର୍ଚ୍ଚନା କରିବା ସହ ବିଶ୍ବ ଶାନ୍ତି ମହାଯଜ୍ଞ ପୀଠରେ କଳସ ସ୍ଥାପନ କରିଥିଲେ । କର୍ତ୍ତା ଭାବେ ଚୁଡ଼ାମଣି ଭୁଏ ଓ ତାଙ୍କ ଧର୍ମ ପତ୍ନୀ ସନ୍ତୋଷୀନି ଭୁଏ ଦାୟିତ୍ବ ତୁଲାଉଛନ୍ତି । ପଣ୍ଡିତ ଡ଼ିଗ୍ରୀଧର ଦେବତାଙ୍କ ସହ ମୁନା ଦେବତା କାର୍ଯ୍ୟ ତୁଲାଇ ଥିଲେ । ବୈଶାଖ ମେଳା କମିଟିର ସଭ୍ୟ ମାନେ ନିଜ ନିଜର ଦାୟିତ୍ବ ତୁଳାଉଥିବା ବେଳେ ପୋଲିସ ବିଭାଗ,ପାନୀୟ ଜଳ ଯୋଗାଣ ବିଭାଗ, ବିଦ୍ୟୁତ୍ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ଦମକଳ ବିଭାଗୀୟ କର୍ମଚାରୀ ମାନେ ନିଜ ନିଜର ଦାୟିତ୍ବ ତୁଲାଉଛନ୍ତି ।

error: Content is protected !!