Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିକର୍ଲାମାଲ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ।

କର୍ଲାମାଲ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ।

ପାଇକମାଲ-ପାଇକମାଲ ବ୍ଳକ ମାଣ୍ଡିଆଢିପା ପଞ୍ଚାୟତ କର୍ଲାମାଲ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ରାଉତଙ୍କ ସଭାପତିତ୍ବରେ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ଡୋଲାମଣୀ ମାହାର ଓ ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ କର୍ମୁ ବିଶ୍ବାଳ, ସଞ୍ଜୟ କୁମାର ସାହୁ, ସମାଜସେବୀ ରାଜୀବ ସାହୁ, ସୁଦର୍ଶନ ରଣା ଉପସ୍ଥିତ ଥିଲେ।

ବିଭିନ୍ନ ଖେଳରେ କୃତୀ ପ୍ରତୀଯୋଗୀମାନଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ପରେ ଛାତ୍ରଛାତ୍ରୀମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସିଆରସିସି ବିଜୟ ସ୍ବାଇଁ ସଭା ପରିଚାଳନା କରିଥିଲେ। ଶିକ୍ଷୟତ୍ରୀ ମାଧୁରୀ ମେହେର, ସ୍କୁଲ ପରିଚାଳନା କମିଟି ସଭ୍ୟ ସଭ୍ୟା ତଥା ଗ୍ରାମବାସୀମାନେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସୁଶିଲା କଲାରଙ୍ଗିଆ ଧନ୍ୟବାଦ ଦେଇଥିଲେ।

error: Content is protected !!