
ବରପାଲି-ବରପାଲି ବ୍ଳକ କନବାର ଉଚ୍ଚବିଦ୍ୟାଳୟ ଦ୍ବିଦିବସିୟ କ୍ରିଡା ଉତ୍ସବ ଉଦଯାପିତ ହୋଇଯାଇଛି। ପ୍ରଧାନଶିକ୍ଷକ ସଦାନନ୍ଦ ଭୋଇଙ୍କ ସଭାପତିତ୍ବରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ମୂଖ୍ୟଅତିଥି ଭାବରେ ସରପଞ୍ଚ ଅଧିକାରୀ ବାରିକ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ।କ୍ରୀଡା ଉତ୍ସବରେ ୧୦୦,୨୦୦ ମିଟର ଦୌଡ,ଲଙ୍ଗ ଜମ୍ପ,ହାଇ ଜମ୍ପ, ସର୍ଟ ଫୁଟ, ଡିସ୍କସ ଥ୍ରୋ ପ୍ରଭୃତି କ୍ରିଡା ମାନ ସାମିଲ କରାଯାଇଥିଲା।

ପ୍ରତିଯୋଗିତାରେ ଭାଗ ନେଇଥିଲେ। ସମ୍ମାନିତ ଅତିଥି ଭାବରେ ବରିଷ୍ଠ କ୍ରିଡାବିତ୍ତ ମନୋଜ ସାହୁ,ଅଭିଭାବକ କମିଟି ସଭାପତି ଅମୂଲ୍ୟ ପ୍ରଧାନ,ଯୋଗେଶ୍ବର ବାରିକ ଯୋଗ ଦେଇଥିବା ବେଳେ ସଂସ୍କୃତ ଶିକ୍ଷକ, ପ୍ରସାନ୍ତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। କ୍ରିଡା ଶିକ୍ଷୟତ୍ରୀ ସେବା ବିନିମୟି ଯୁକ୍ତା ବାରିକ ସଂଯୋଜନା ସ୍ବାଗତ ଜଣାଇଥିଲେ। ସଭାମଞ୍ଚ ପରିଚାଳନା ହିନ୍ଦିଶିକ୍ଷକ ବଳରାମ ସାହୁଙ୍କ ଦ୍ବାରା ହୋଇଥିବା ବେଳେ କ୍ରିଡାବିତ୍ତ ସାନନ୍ଦ ଭୋଇ,ବିଜୟ ବାରିକ,କପିଳେନ୍ର୍ଦ ପଧାନ ପ୍ରମୁଖ ଉତ୍ସବ ପରିଚାଳନାରେ ସହାୟତା କରିଥିଲେ।



