ଗାଇସିଲେଟ-ଅନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ବୁଧବାର ମାର୍ଚ୍ଚ ୫ ତାରିଖ ସକାଳ ୯.୩୦ରୁ ପୂର୍ବାହ୍ନ ୧୦.୩୦ ମଧ୍ୟରେ ଏକ ସୁଭଦ୍ରା ସଚେତନତା ଶୋଭାଯାତ୍ରା ବାହାରି କଟାବାହାଲ ଗ୍ରାମ ପରିକ୍ରମା କରିଥିଲା।ଏହି ଶୋଭାଯାତ୍ରାରେ ସରପଞ୍ଚ ଅର୍ପିତା ପଣ୍ଡା,ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କାର୍ତିକେଶ୍ୱର ବେହେରା,ଗ୍ରାମ ରୋଜଗାର ସେବକ ରୀନା ପାଣ୍ଡେ,ୱାର୍ଡ ସଭ୍ୟ ପ୍ରଫୁଲ୍ଲ ପଣ୍ଡା,ୱାର୍ଡ ସଭ୍ୟ ଵୈଜୟନ୍ତି ବରିହା ସମେତ ଶତାଧିକ ସୁଭଦ୍ରା ହିତାଧିକାରୀ,

ଏସଏଚଜି ସଭ୍ୟା, ଛାତ୍ରୀ, ସ୍ଥାନୀୟ ଭଦ୍ର ବ୍ୟକ୍ତି, ଅଙ୍ଗନୱାଡ଼ିକର୍ମୀ ଯୋଗଦାନ କରିଥିଲେ।ଶୋଭାଯାତ୍ରା ଶେଷରେ ଉପସ୍ଥିତ ମହିଳାମାନଙ୍କୁ ମହିଳା ସଶକ୍ତିକରଣରେ ସୁଭଦ୍ରା ଯୋଜନାର ଗୁରୁତ୍ଵ, ଆନ୍ତର୍ଜାତିକ ମହିଳା ଦିବସର ମହତ୍ୱ, ଲିଙ୍ଗଗତ ସମାନତା, ବିଭିନ୍ନ ସାମାଜିକ, ରାଜନୈତିକ, ଆର୍ଥିକ କାର୍ଯ୍ୟକ୍ରମରେ ମହିଳା ମାନଙ୍କର ସମ୍ପୃକ୍ତି, ସହଭାଗିତା ଓ ନାରୀ ସଶକ୍ତିକରଣ ଉପରେ ଆଲୋଚନା କରାଯାଇଥିଲା।

