ବରପାଲି-ବରପାଲି କଦଲିପାଲି ଜଗବନ୍ଧୁ ଦାଶ ମହିଳା ମହାବିଦ୍ୟାଳୟ ପରିସରରେ ଓଡିଶା ସ୍କୁଲ କଲେଜ କର୍ମଚାରୀ ସମନ୍ବୟ ସମିତିର ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି।ବରଗଡ଼ ଜିଲ୍ଲା ଓଷ୍ଟା ସଂପାଦକ ସଞ୍ଜୟ କୁମାର ସିଂଙ୍କ ଆବାହକତ୍ବରେ ଆୟୋଜିତ ବୈଠକକୁ ଓଷ୍ଟା ଜିଲ୍ଲା ସଭାପତି ନନ୍ଦଲାଲ ନାଏକଙ୍କ ସଭାପତିତ୍ବରେ ପରିଚାଳିତ ହୋଇଥିଲା। ସଭାରେ ବରିଷ୍ଠ ଶିକ୍ଷକ ନେତା ସତ୍ଯନାରାୟଣ ତ୍ରିପାଠୀ, ପ୍ରିତିରଞ୍ଜନ ପଧାନ, ଚୋଲ ସୁନ୍ଦର ସାର ପ୍ରମୁଖ ଆସନ୍ତା ଅଗଷ୍ଟ ୧୬ ଦାବିଦିବସ ର ମହତ୍ବ ସହ ଆନୁସଙ୍ଗିକ ସମସ୍ଯା ଭିତ୍ତିକ ବିଷୟ ଉପରେ ଆଲୋକପାତ କରିଥିଲେ।
ମାନଭଞ୍ଜନ ପଧାନ, ଋଷଭ ହୋତା, ଯାଦବ ପଧାନ ଓ ବରିଷ୍ଠ ଶିକ୍ଷକ ନେତୃମଣ୍ତଳି ଶିକ୍ଷକ ମାନଙ୍କ ସମସ୍ୟା ଏବଂ ପ୍ରକୃତ ଅବସ୍ଥିତି, ପାରିବାରିକ ବ୍ଯବସ୍ଥା ଉପରେ ଆଲୋଚନା କରିଥିଲେ। ଜିଲ୍ଲା କାର୍ଯ୍ଯକାରି ସଭାପତି ଜଗନମୟୀ ମିଶ୍ର ବରଗଡ ଜିଲ୍ଲାରୁ ବହୁ ମାତ୍ରାରେ ଶିକ୍ଷକ ଦାବୀ ଦିବସରେ ଉପସ୍ଥିତ ରହିବେ ଏବଂ ଜିଲ୍ଲା ଓଷ୍ଟାର ଗୌରବବୃଦ୍ଧି ସକାଶେ ନିଶ୍ଚିତ ସାମିଲ ହେବେ ବୋଲି ଆହ୍ବାନ ଦେଇଥିଲେ। ରାଜ୍ୟ କାର୍ଯ୍ୟକାରି ସଭାପତି ନୀଲମଣି ପୁରୋହିତ ତଥା ରାଜ୍ୟ ସହସଂପାଦକ ଆଶୁତୋଷ ପ୍ରସାଦ ରଥ ବୈଠକରେ ଯୋଗଦେଇ ଆଲୋଚ୍ଯ ବିଷୟ ଉପରେ ନିଜ ମତ ମାନ ରଖିଥିଲେ।
ଜିଲ୍ଲା ଯୁଗ୍ମ ସଂପାଦକ ଅନୁସୂୟା ଦେବତା ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଜିଲ୍ଲା ଯୁଗ୍ମ ସଂପାଦକ ସଚ୍ଚିଦାନନ୍ଦ ପଧାନ, ସରୋଜ ସାହୁ, ଚୁନିଲାଲ ପଧାନ, କମଲାକାନ୍ତ ସିଂ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ। ବିଭିନ୍ନ ସଂଗଠନରୁ ବିଦ୍ୟାଧର ଦାଶ, କରୁଣାକର ମେହେର ପ୍ରତାପ ଛୁରିଆ ଉପସ୍ଥିତ ରହିଥିଲେ।