ପଦ୍ମପୁର-ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଗତ ୧ ତାରିଖରୁ ଚାଲିଥିବା ଓଡ଼ିଶୀ ନୃତ୍ୟ କର୍ମଶାଳା ରବିବାର ଉଦଯାପିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା,ସମ୍ମାନିତ ଅତିଥି ଭାବରେ ପ୍ରଧାନ ଶିକ୍ଷକ ଗୋପାଲଜୀ ପାଣିଗ୍ରାହୀ,ମୁଖ୍ୟବକ୍ତା ଭାବରେ ନାଟ୍ୟକାର ଅଶୋକ କୁମାର ବହିଦାର ଯୋଗଦାନ କରି ମାଁ ସରସ୍ଵତୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ରମେଶ ଗୁର୍ଲା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ନୃତ୍ୟନିର୍ଦ୍ଦେଶିକା ସୁଶ୍ରୀ ମମତା ବରିହାଙ୍କୁମୁଖ୍ୟ ଅତିଥି ମାନପତ୍ର,ଉତ୍ତରୀୟ ଓପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଅନେକ ଦିନରୁ ପଦ୍ମପୁରରେ ଧିମେଇ ଯାଇଥିବା ଓଡ଼ିଶୀ ନୃତ୍ୟ ପରମ୍ପରାର ପୁନରୁଦ୍ଧାର ପାଇଁ ଏହି କର୍ମଶାଳା ଖୁବ୍ ଉପଯୋଗୀ ହେବ ବୋଲି ଅତିଥିମାନେ ମତ ପ୍ରଦାନ କରିଥିଲେ।

କର୍ମଶାଳାରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ସମସ୍ତ ଅଭିଭାବକ,ଅଭିଭାବିକା ମାନଙ୍କ ସମ୍ମୁଖରେ,ନୃତ୍ୟ ନିର୍ଦେଶିକା ତଥା ନୃତ୍ୟଶିଳ୍ପୀ ମାନେ ଚମତ୍କାର ନୃତ୍ୟ ପ୍ରଦର୍ଶନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଗୋପବନ୍ଧୁ ଶିକା, ଦୀନବନ୍ଧୁ ବାରିକ, ଅଞ୍ଜଳି ପରିଡ଼ା, ପରିଚାଳନା କରିଥିଲେ। ଶେଷରେ ମାଧବ ବରିହା ଧନ୍ୟବାଦ୍ ଅର୍ପଣ କରିଥିଲେ।


