Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଓଡ଼ିଶାର ଦ୍ଵତୀୟ ଏମ୍ସ ପଦ୍ମପୁର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଆଇନ ଛାତ୍ର ଆଶିଷ...

ଓଡ଼ିଶାର ଦ୍ଵତୀୟ ଏମ୍ସ ପଦ୍ମପୁର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଆଇନ ଛାତ୍ର ଆଶିଷ ଜ୍ୟୋତିଷ ।

ପଦ୍ମପୁର-ଦାଦନ ପ୍ରବଣ ଅଞ୍ଚଳ ପଦ୍ମପୁର ଠିକ୍ ଭାବେ ନାଁ ସ୍ୱାସ୍ଥ୍ୟ ସେବା ଅଛି ନାଁ ଆର୍ଥିକ ସ୍ଥିତି ଠିକ୍ ଭାବେ ଅଛି। ପଦ୍ମପୁର ଅଞ୍ଚଳ ସଦାବେଳେ ମରୁଡି ପ୍ରପିଡିତ ଓ ଅବହେଳିତ ଅଞ୍ଚଳ ଭାବରେ ପଡିରହିଛି । ଏହି ଅଞ୍ଚଳର ଜନସାଧାରଣ ଅଧିକାଂଶ ଗରୀବ ଅଟନ୍ତି , ଏଠାକାର ରୋଗୀମାନଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ବହୁ ଦୂର ଦୂରାନ୍ତକୁ ଯିବାକୁ ପଡିଥିବାରୁ ଚିକିତ୍ସା ଅବହେଲା ଓ ଆର୍ଥିକ ସମସ୍ୟା ଯୋଗୁଁ ରୋଗି ମୃତ୍ୟୁ ମୁଖରେ ପଡୁଛନ୍ତି ।

ଏହି ଦାଦାନ ପ୍ରବଣ ଅଞ୍ଚଳ ପାଇଁ ଏଠାରେ କୌଣସି ଉଚ୍ଚ କୋଟିର ଡାକ୍ତରଖାନା ନାହଁ। ସେହି ଦୃଷ୍ଟିରୁ ପଦ୍ମପୁରରେ ଓଡିଶାର ଦ୍ୱିତୀୟ ଏମ୍ସ ଖୋଲାଯିବା ଉପଯୁକ୍ତ ପଦକ୍ଷେପ ହେବ । ପଦ୍ମପୁରରେ ଓଡିଶାର ଦ୍ୱିତୀୟ ଏମ୍ସ ଖୋଲାଗଲେ ନୂଆପଡା , କଳାହାଣ୍ଡି ବରଗଡ଼, ବଲାଙ୍ଗୀର ,ସୋନପୁର, ସମ୍ବଲପୁର,ବୌଦ ଜିଲ୍ଲା ସମେତ ଛତିଶଗଡ ରାଜ୍ୟର ମହାସମୁନ୍ଦ ଓ ରାୟଗଡ଼ ଜିଲ୍ଲାର ରୋଗୀ ମାନେ ସହଜରେ ଚିକିତ୍ସା ପାଇ ପାରିବେ ।

ପଦ୍ମପୁର ନିକଟସ୍ଥ ସତିଭଟା ଠାରେ ବିମାନ ଉଡାଣ ଓ ଅବତରଣ କେନ୍ଦ୍ର ଥିବାରୁ ଅଭିଜ୍ଞ ଡାକ୍ତରଙ୍କ ଆସିବାରେ କୌଣସି ଅସୁବିଧା ହେବ ନାହଁ। ତେଣୁ ବରଗଡ଼ ଜିଲ୍ଲାର ପଦ୍ମପୁର ଠାରେ ଓଡ଼ିଶାର ଦ୍ବିତୀୟ ଏମ୍ସ ସ୍ଥାପନ କରାଯାଉ ବୋଲି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକର ଅନ୍ତର୍ଗତ କଟାବାହାଲ ପଞ୍ଚାୟତ ଅଧିନରେ ଥିବା ଯୁବାଖୋଲ ଗାଁର ଆଇନ ଛାତ୍ର ଆଶିଷ ଜ୍ୟୋତିଷ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଅନୁରୋଧ ପତ୍ର ଲେଖିଛନ୍ତି ।

error: Content is protected !!