ପଦ୍ମପୁର – ରାଜବୋଡାସମ୍ବର ହାଇସ୍କୁଲର ଗଙ୍ଗାଧର ମଣ୍ଡପ ଠାରେ ସହରର ଅଗ୍ରଣୀ ଅନୁଷ୍ଠାନ ଏ. ବି.ସି. ଡି, ପଦ୍ମପୁର ତରଫରୁ ୨୬ତମ ବୋଡାସମ୍ବର ନୁଆଁଖାଈ ଭେଟଘାଟ ଭବ୍ୟ ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି l ସର୍ବ ପ୍ରଥମେ ଗାଁ ଝାଙ୍କର ସୁରେଶ ଡୁଡୁକାଙ୍କୁ ସଭାପତି ଅନିଲ ବେହେରା ମଞ୍ଚକୁ ସମଲେଇଙ୍କ ପୂଜାର୍ଚନା ପାଇଁ ନିମନ୍ତ୍ରଣ କରିଥିଲେ l ଶ୍ରୀ ଡୁଡୁକା ଆରାଧ୍ୟ ଦେବୀ ସମଲେଇଙ୍କୁ ନୁଆଁ ଚରା ଭୋଗ ସମର୍ପଣ କରିଥିଲେ l ସୁରେନ୍ଦ୍ର ସାହୁଙ୍କ ଏକ ଟଙ୍କିଆ ସଂଗୀତ ବିଦ୍ୟାଳୟର ଛାତ୍ରୀ ମାନେ ନୁଆଁଖାଇ ସମ୍ପର୍କିତ ପ୍ରାରମ୍ଭିକ ଭଜନ ପରିବେଷଣ କରିଥିଲେ l ନାଟ୍ୟକାର ପ୍ରାଧ୍ୟପକ କେଶରଂଜନ ପ୍ରଧାନ ଓ ନାଟ୍ୟକାର ଅଶୋକ ବହିଦାର ମଞ୍ଚ ସଂଯୋଜନାରେ ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମ ପୁର୍ବରୁ ଅନୁଷ୍ଠାନର ସମ୍ପାଦକ ରଘୁନାଥ ପୁରୀ ଉପସ୍ଥିତ ସହରର ବୁଦ୍ଧିଜୀବୀ, ବିଭିନ୍ନ ସମ୍ପ୍ରଦାୟ, ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ସଭାପତି ସମ୍ପାଦକ , କୃତି ପ୍ରତିଯୋଗୀ ତଥା ସାଂସ୍କୃତିକ ଦଳ ଓ ଦଳ ମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳ ଛାତ୍ର, ଛାତ୍ରୀ ନିର୍ବିଶେଷରେ ସମସ୍ତଙ୍କୁ ସ୍ୱାଗତ କରିବା ପରେ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l
ତାପରେ ପ୍ରଜ୍ଞାପ୍ରାପ୍ତି ନାଥ ନୁଆଁଖାଇ ଭଜନ ପରିବେଷଣ କରିଥିଲେ l ପରେ ପରେ ଦହିତା ପଂଚାୟତ କଲେଜର ଇଂରାଜୀ ଅଧ୍ୟାପକ ସୁଶାନ୍ତ ମିଶ୍ର ମୂଖ୍ୟବକ୍ତା ଭାବରେ ଯୋଗ ଦେଇ ନୁଆଁଖାଇ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଓଡିଶାର ସୁନାମ ଧନ୍ୟ ଉଦଘୋଷକ ଅଞ୍ଜନ ପ୍ରଧାନ ଓ ସୋନାଲିକା ଶବର ସାଂସ୍କୃତିକ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ l ଶ୍ରୀ ଭୁବନ ନାୟକଙ୍କୁ ମାନ୍ୟବର ସାଂସଦ ପ୍ରଦୀପ ପୁରୋହିତ ଏବଂ ପୂର୍ବତନ ଅଧ୍ୟକ୍ଷ ପତିତପାବନ ସାହୁ ଚଳିତ ବର୍ଷର କୃଷି ସମ୍ମାନରେ ସମ୍ମାନନୀତ କରିଥିଲେ l ଶ୍ରୀ ସାଂସଦ ପଦ୍ମପୁରରେ ଏକ ଅଡିଟରୀୟମ ନିର୍ମାଣ ଓ ଏ. ବି. ସି. ଡି, ପଦ୍ମପୁର ଦ୍ୱାରା ମାନ୍ୟବର ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ, ସଂସଦୀୟ ଓ ଆ.ଇ. ଟୀ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଓଡ଼ିଶା ସରକାରଙ୍କୁ ଦେଇଥିବା ୩୦୦ ଶଯ୍ୟା ବିଶିଷ୍ଟ ହାଇଟେକ ହସ୍ପିଟାଲ ନିର୍ମାଣ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଦେଇଥିବା ନିର୍ଭର ପ୍ରତିଶ୍ରୁତି ସହ ନିଜର ସମ୍ପୂର୍ଣ ଅଗ୍ରଣୀ ଭୂମିକା ରହିବ ବୋଲି ଉଦବୋଧନ ଦେଇଥିଲେ l
ପୂର୍ବତନ ନଗରପାଳ ପ୍ରିତମ ମେହେର ସୋମ ସ୍ୱସ୍ତିକ ବରିହା, ଯୋଗେଶ ସାହୁ, ଓ ସୁଶାନ୍ତ ଭଇସାଲଙ୍କୁ ସାହାସିକ ପୁରସ୍କାର ସ୍ୱରୂପ ଉପଢୌକନ ଓ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ପୂର୍ବ ଆୟୋଜିତ ଝୋଟି, ରଙ୍ଗୋଲି ଓ ସଂଗୀତ ପ୍ରତିଯୋଗିତାର କୃତି ପ୍ରତଯୋଗୀଙ୍କୁ ଅଧ୍ୟାପକ କେଶରଞ୍ଜନ ପ୍ରଧାନ ପୁରସ୍କୃତ କରିଥିଲେ l ପଶ୍ଚିମବଙ୍ଗର ପୁରୁଲିଆ ନୃତ୍ୟ, ଜଟଣୀର ଶଶୀମଣୀ କଲାତ୍ମିକା ଓଡିଶୀ ଓ ବଙ୍ଗାଳି ନୃତ୍ୟ,ବଣେଇ ଝୁମର ନୃତ୍ୟ, ଖୋର୍ଦ୍ଧାର ଘୋଡା ନାଚ, କୁରେଇ ଫୁଲ ସାଂସ୍କୃତିକ ଅନୁଷ୍ଠlନ ସାନସାହାଜ ବାହାଳୀ ସମ୍ବଲପୁରୀ ନୃତ୍ୟ ବେଶ ଉପଭୋଗ୍ୟ ହୋଇଥିଲା l ଉପସ୍ଥିତ ପ୍ରତ୍ୟେକ ଦର୍ଶକଙ୍କୁ କ୍ଷୀରି ବଣ୍ଟନ କରାଯାଇଥିଲା l
ମଞ୍ଚ ସଜ୍ଜା ରମେଶ ଗୁର୍ଲ୍ଲା, ବିଭିନ୍ନ ବାଦ୍ୟ ସଂଗୀତ ପଦ୍ମପୁର ସଂଗୀତ ସମିତି, ଆଲୋକ ଆର. କେ. ଲାଇଟ, ସର୍ଭିସ ସହଯୋଗ କରିଥିଲେ l ସମଗ୍ର କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଦସ୍ୟ ରବୀନ୍ଦ୍ର ଦାଶ, ଶାନ୍ତ ସଂଗ୍ରାମ ଭୋଇ, ସହଦେଵ ମେହେର, ସରୋଜ ଦାନୀ, ସୁମନ୍ତ ସାହୁ, ସହ ସମ୍ପାଦକ ପ୍ରତାପ ନାଥ, ସରୋଜ ଯୋଶୀ, ସୁରେଶ ମିଶ୍ର, ସୁନୀଲ ଭୋଇ, ସୁଶାନ୍ତ ସରାପ, ଟୁନା ବାରିକ ପ୍ରମୁଖ ମୂଖ୍ୟ ଶ୍ରେୟ ଥିଲେ l ପରିଶେଷରେ ଆଇନଜୀବୀ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ସମ୍ପଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l