ପଦ୍ମପୁର – ପଶ୍ଚିମ ଓଡ଼ିଶା ର ଶୀଘା ତିହାର ନୂଆଁଖାଇ । ପଦ୍ମପୁର ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବିସିଡି (ଏସୋସିଏସନ ଅଫ ଦ ବ୍ରୋଡ଼ ମାଇଣ୍ଡେଡ ଫର କମ୍ୟୁନିଟି ଡେଭଲପମେଣ୍ଟ ) ତରଫରୁ ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପ୍ରାଙ୍ଗଣ ରେ ଅପରାହ୍ନ ୫ ଘଣ୍ଟା ସମୟରେ ବହୁତ ଯାକ ଯମକ ରେ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ପାଳନ ହୋଇଯାଇଛି । ସଭାପତି ଅନିଲ ବେହେରା ସର୍ବ ପ୍ରଥମେ ଗାଁ ଝାକର ସୁରେଶ ଡୁଡୁକା ଙ୍କୁ ଉତ୍ତରୀୟ ଦେଇ ମଞ୍ଚକୁ ସ୍ୱାଗତ କରି ଆଣିଥିଲେ, ଝାଙ୍କର ସମଲେଇ ମାଁ ଙ୍କର ପୂଜାର୍ଚ୍ଚନା କରି ଶୁଭଦେବା,ପରେ ପ୍ରାରମ୍ଭିକ ସଂଗୀତ ପ୍ରତ୍ୟୁଷ ମିଶ୍ର ପରିବେଷଣ କରିଥିଲେ ,ଏବିସିଡି ସମ୍ପାଦକ ରଘୁନାଥ ପୁରୀ ସମ୍ପାଦକୀୟ ବକ୍ତବ୍ୟ ରଖିଥିଲେ ।

ଏହି କାର୍ଯ୍ୟକ୍ରମ ରେ ନାଟ୍ୟକାର କେଶରଞ୍ଜନ ପ୍ରଧାନ, ନାଟ୍ୟକାର ଅଶୋକ କୁ. ବହିଦାର,ମନିସ ରଥ ଓ ସାଗରୀକା ଶବର ମଞ୍ଚ ଦାୟୀତ୍ୱ ସମ୍ଭାଲିଥିଲେ, ମୁଖ୍ୟ ବକ୍ତା ଅଞ୍ଚଳ କଲେଜ ପ୍ରିନ୍ସିପାଲ ଖଗେଶ୍ୱର ଦାଶ ନୂଆଖାଇ ଉଦ୍ଦେଶ୍ୱରେ ବକ୍ତବ୍ୟ ରଖିଥିଲେ । ଏବିସିଡି ଦ୍ବାରା ଆୟୋଜିତ ଏହି ନୂଆଁଖାଇ ଭେଟ ଘାଟ ମଞ୍ଚରେ କାହାରିକୁ ଅତିଥି ଭାବରେ ମଞ୍ଚସ୍ଥ କରାଯାଇନଥାଏ ସବୁ ସମ୍ପ୍ରଦାୟ ର ଜଣେ ଜଣେ ମଞ୍ଚ କୁ ଆସି ଦର୍ଶକ ମାନଙ୍କୁ ଓ ସମଗ୍ର ଓଡିଶା ବାସିଙ୍କୁ ନୂଆଁଖାଇ ଜୁହାର ଓ ଶୁଭେଚ୍ଛାବାର୍ତ୍ତା ଦେଇଥାନ୍ତି । ସବୁ ବର୍ଷ ଏ ଅନୁଷ୍ଠାନ ଦ୍ଵାରା ଜଣେ ସଫଳ ଚାଷୀ କୁ ସମ୍ମାନିତ କରାଯାଇଥାଏ,ଚଳିତ ବର୍ଷ ଯୁଗୀବନ୍ଦଳୀ (ଗନିଆ ପାଲି) ର ଚାଷୀ ରାହାସ ବାଙ୍କ ଙ୍କୁ ସମ୍ମାନିତ କରାଯାଇଥିଲା ।

ପ୍ରଜ୍ଞା ପ୍ରାପ୍ତି ନାଥ ସମଲେଇ ଭଜନ ଗାଇଥିବା ବେଳେ ଲମ୍ବର୍ଜୁନା ର ମମତା ବରିହା ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଡୋଲମହୁରୀ କଳା ପରିଷଦ ବାଲାଙ୍ଗୀର, ଉତ୍କଲିକା ଓଡିଶୀ ଭୁବନେଶ୍ୱର, ମୁହୂରିଆ କଲାପରିଷଦ ହାତିସରା (ଦେଗାଁ ବାଲାଙ୍ଗୀର)ର ନାଚ ମାନେ ପରିବେଷଣ କରିଥିଲେ , ହେପ୍ପୀ ଡେନ୍ସ ଏକାଡେମୀ ପଦ୍ମପୁରର ଛୋଟ ଛୋଟ ଛୁଆ ମାନଙ୍କର ନାଚ ଦେଖି ଦର୍ଶକ ମାନେ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ । ନୂଆଁଖାଇ ଭେଟଘାଟ ପାଇଁ ଭିନ୍ନ ଭିନ୍ନ ପ୍ରତିଯୋଗିତା ମାନେ ଆୟୋଜନ ହୋଇଥିଲା ଉକ୍ତ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ରଙ୍ଗୋଲି ରେ ଦାମିନି ସେଠ,ସରୋଜିନୀ ବନଛୋର,ଜସ୍ମିନ ଧରୁଆ, ଶ୍ରଚିଶାନ୍ତି ସାହୁ,କରିଶ୍ମା ପ୍ରଧାନ,ନେପୁର ବରିହା, ସୁଶ୍ରୀ ଅନ୍ଵେଶା ସାହୁ, ସିମ୍ରନ ମେହେର,ଆୟୁଷି ଶାସିନୀ, ଝୋଟି ରେ ଝୁମିରାଣୀ ସାହୁ, ଶାନ୍ତିଲତା ସାହୁ,ସରୋଜିନୀ ବନଛୋର,ଅଙ୍କିତା ମେହେରଶ୍ରୀଷ୍ଟିମୁକ୍ତା ଯୋଶୀ,

ସାଇରୁପାଲୀ ସାହୁ,ଭାରତୀ ପଟେଲ,ଅନ୍ଵେଶା ସାହୁ,ସିମ୍ରନ ମେହେର, ଚିତ୍ରାଙ୍କନ ରେ ଶ୍ରେୟାଂଶ ଦାଶ,ଆକାଶ ଦୋରା,ଦାମିନି ସେଠ, ଆଦିତ୍ୟ ଡନସନା,ଶ୍ରୀଷ୍ଟିମୁକ୍ତା ଯୋଶୀ,ଶୁଭଶ୍ରୀ ସୁନା, ଆୟୁଷ ମେହେର,ଆୟୁଷ କୁମାର ବୁଡେକ,ସୁଶ୍ରୀ ଅନ୍ଵେଶା ସାହୁ,ଇତିଶ୍ରୀ ପ୍ରଧାନ,ଆକୃତି ବିଶ୍ୱାଲ, ପ୍ରତ୍ୟାଶା ଦୋରା,ସ୍ନେହା ସାହୁ,ଆଦିତ୍ୟ ମେହେର ପ୍ରମୁଖ ପ୍ରତିଯୋଗି ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରଥମ କରି ଏ ବର୍ଷ ଚେସ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ସେଥିରେ ଓମପ୍ରକାଶ ସତନାମୀ ଚମ୍ପିୟନ, ସମୀର ମେହେର(ପଦ୍ମପୁର), ଗୋବିନ୍ଦ ଚନ୍ଦ୍ର ସାହୁ ( ଭରସୁଜା),ଅଭିଜିତ ବାଗ (ପାଟଣାଗଡ) ବିଜେତା ହୋଇଥିଲେ,ଅଞ୍ଜଳି ମେହେର (ପଦ୍ମପୁର) ବେଷ୍ଟ ମହିଳା ଓ ପ୍ରତ୍ୟୁଷ ରଞ୍ଜନ ଭୋଇ (କୁଧରେନପାଲି) ସର୍ବ କନିଷ୍ଠ ପୁରସ୍କାର ପାଇଥିଲେ ।

ପଦ୍ମପୁର ପୋଲିସ ଦ୍ୱାରା ପଦ୍ମପୁର ଜନତା ଓ ପୋଲିସ ର ସୁସମ୍ପର୍କ ଓ ଉଚ୍ଚ କୋଟିର ହେବା ସକାଶେ ସମସ୍ତ ଜନସାଧାରଣ ପାଇଁ ଖିରି ବଣ୍ଟନ କରିଥିଲେ । ଏବିସିଡି ସଦସ୍ୟ ସହ-ସମ୍ପାଦକ ପ୍ରତାପ ନାଥ,ଲିଙ୍ଗରାଜ ସାହୁ ,ରବୀନ୍ଦ୍ର ଦାଶ, ଅମୀୟ ପୁରୋହିତ, ଶାନ୍ତସଂଗ୍ରାମ ଭୋଇ, ଅଂଶୁମାନ ମେହେର,ସୁମନ୍ତ ସାହୁ,ସରୋଜ ଦାନି,ସୁନୀଲ ଭୋଇ,ସରୋଜଯୋଶୀ, ସୁରେଶ ମିଶ୍ର, ସହଦେଵ ମେହେର, ତୁଷାରକାନ୍ତ ପଧାନ, ସହଦେଵ ମେହେର, ଇନ୍ଦ୍ରମଣି ପୁରୋହିତ,ସୁରେନ୍ଦ୍ର ସାହୁ,ଟୁନା ବାରିକ, ଗୋପବନ୍ଧୁ ଶିକ୍କା,ବିକ୍ରମ ପଧାନ,ଦୀପକ ଦାଶ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।ରମେଶ ଗୁର୍ଲା ଙ୍କ ମଞ୍ଚ ଶଯ୍ୟା ବେଶ ସୁନ୍ଦର ହୋଇଥିଲା ।ପରିଶେଷରେ ସହ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।



