Sunday, March 8, 2026
Homeରାଜ୍ୟଏନ୍.ଏସ.ଏସ ଦିବସ ଅବସରରେ ରକ୍ତଦାନ ଶିବିର : ୩୩ ୟୁନିଟ ରକ୍ତ ସଂଗୃହୀତ ।

ଏନ୍.ଏସ.ଏସ ଦିବସ ଅବସରରେ ରକ୍ତଦାନ ଶିବିର : ୩୩ ୟୁନିଟ ରକ୍ତ ସଂଗୃହୀତ ।

ପଦ୍ମପୁର-ବରଗଡ ଜିଲ୍ଲା ପଦ୍ମପୁର ସ୍ଥିତ ଜମଲା ଡ଼ିଗ୍ରୀ କଲେଜ,ଜମଲା, ୟୁଥ୍ ଆସୋସିଏସନ୍ କ୍ଲବ ଓ ନିଷ୍ଠା ପରିବାରର ମିଳିତ ଆନୁକୁଲ୍ୟରେ ଜମଲା ଡ଼ିଗ୍ରୀ କଲେଜ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ଅତିଥି ସମାଜସେବୀ ନିରଜ ଦୋରା ଓ କଲେଜ ଅଧ୍ୟକ୍ଷ ଡ଼.ସ୍ଵାଧୀନ ଚନ୍ଦ୍ର ପଧାନ ଫିତା କାଟି ଶିବିରର ଶୁଭାରମ୍ଭ କରିଥିଲେ।

ଏହି ଶିବିର ରୁ ସର୍ବମୋଟ ୩୩ ୟୁନିଟ ରକ୍ତ ତନମଧ୍ୟରେ ୫ଜଣ ମହିଳା ରକ୍ତ ଦାତା ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥଲା। ପ୍ରାୟତଃ ଅନେକ ରକ୍ତ ଦାତା ପ୍ରଥମ ଥର ରକ୍ତ ଦେଇ ଥିଲେ ଓ ଅତ୍ୟନ୍ତ ଖୁସୀ ଅନୁଭବ କରିଥିଲେ।ରକ୍ତ ଦାନ ଶିବିର ଆୟୋଜନ ପାଇଁ ଜମଲା ଡ଼ିଗ୍ରୀ କଲେଜ କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଶିବିର କୁ ଜମଲା ଡ଼ିଗ୍ରୀ କଲେଜ ର ଅଧ୍ୟାପକ ସଦାନନ୍ଦ ସେଠ, ଆଶିଷ କୁମାର ଭୋଇ, ଅଭିଲାଶ ମିଶ୍ର, ଫଣିନ୍ଦ୍ର ସାହୁ, ଝସକେତନ ସାହୁ, ଅଧ୍ୟାପିକା ସୁରେଖା ଭୁଏ,କୁମୋଦିନୀ ସାହୁ,ଲାଇବ୍ରେରିଏନ ସୁମନ୍ତ କୁମାର ବାଜପେୟୀ କଲେଜର ସମସ୍ତ କର୍ମଚାରୀ ଙ୍କ ସହ ନିଷ୍ଠା ପରିବାର ର ସମ୍ପାଦକ ଲୋକନାଥ ସାହୁ,ସହ ସମ୍ପାଦକ ସଙ୍କେତ ଆଠଘରା ଓ ଅନ୍ୟ ସଦସ୍ୟ ମାନେ ପରିଚାଳନା କରିଥଲେ।

error: Content is protected !!