
ବାଉଁଶୁଣୀ(ଉମାକାନ୍ତ ମହାକୁଳ)-ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ସ୍ନାତକ ମହାବିଦ୍ୟାଳୟରେ ମଙ୍ଗଳବାର ପିଏମ -ଉଷା ସହାୟତାରେ ଓ କଣ୍ଟାମାଳ ପଞ୍ଚାୟତ ସ୍ନାତକ ମହାବିଦ୍ୟାଳୟ ଦ୍ଵାରା ପରିଚାଳିତ ଏକ ଦିବସୀୟ ରାଜ୍ୟସ୍ତରୀୟ ସମ୍ପାନ ଜାତୀୟ ଶିକ୍ଷା ନୀତି – ୨୦୨୦ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଅନୋଜ କୁମାର ଭୁକ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ସମ୍ପାନର ଉଦଘାଟନୀ ସମାରୋହରେ ମୁଖ୍ଯ ଅତିଥି ଭାବରେ ଉପଜିଲ୍ଲାପାଳ ବିନୟ କୁମାର ଭୋଇ ଓ ମୁଖ୍ୟବକ୍ତା ପ୍ରଫେସର ଉମାଚରଣ ପତି ଏବଂ ସମ୍ମାନୀତ ଅତିଥି ଭାବରେ ସମାଜସେବୀ ଓମପ୍ରକାଶ ମିଶ୍ର, ସହପ୍ରଫେସର ଅଜିତ କୁମାର ପ୍ରଧାନ, ନୋଡାଲ ଅଫିସର ଅଧ୍ୟାପକ ପୌଲସ୍ତି ପ୍ରଧାନ, ସଂଯୋଜକ ଅଧ୍ୟାପକ ରବୀନ୍ଦ୍ର କୁମାର ପ୍ରଧାନ, ସଂଯୋଜିକା ଡ.ରିଙ୍କି ସେଠ କିନୋଟ ବକ୍ତା ଭାବେ ଯୋଗଦେଇ ଜାତୀୟ ଶିକ୍ଷାନୀତି -୨୦୨୦ ଉପରେ ଆଲୋଚନା କରିଥିଲେ। ଅଧ୍ୟାପକ ଦୀପକ କୁମାର ମେହେର ଅତିଥି ପରିଚୟ ଓ ଅଧ୍ୟାପକ ବସନ୍ତ ଖଟୁଆ ସଭା ପରିଚାଳନା କରିଥିଲେ।

ପରେ ପୂର୍ବତନ ଅଧ୍ୟକ୍ଷ ଭବାନୀ ଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ପ୍ରଫେସର ଉମାଚରଣ ପତି ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଏନଇପି-୨୦୨୦ ସମ୍ପର୍କରେ ଉପସ୍ଥାପନ କରିଥିଲେ। ଦ୍ୱିତୀୟ ଓ ତୃତୀୟ ଅଧିବେଶନକୁ ସନ୍ତୋଷ କୁମାର ବିଶି ଅଧ୍ୟକ୍ଷତା କରିଥିବାବେଳେ ପ୍ରାଧ୍ୟାପକ ଅଜିତ କୁମାର ପ୍ରଧାନ, ଅଧ୍ୟାପକ ଦେବଦାସ ମହାପାତ୍ର, ଅଧ୍ୟାପିକା ଡ.ଇତିଶ୍ରୀ ଦାଶ, ଅଧ୍ୟାପିକା କୁମାରୀ ସୌଦାମିନୀ, ଅଧ୍ୟାପିକା ଝିଲ୍ଲୀରାଣୀ ବେହେରା ପ୍ରମୁଖ ଗବେଷକ ଭାବେ ନିଜର ପ୍ରବନ୍ଧ ଉପସ୍ଥାପନ କରିଥିଲେ। ଶିବଦତ୍ତ ପୁରୋହିତ ସଭା ସଂଯୋଜନା କରିଥିଲେ। ଆୟୋଜିତ ଅନଲାଇନ ସେସନକୁ ଅଧ୍ୟାପକ ସମୀର କୁମାର ମେହେର ଓ ଅଧ୍ୟାପକ ଅଞ୍ଜୁମ ଲୋମଗା ପରିଚାଳନା କରିଥିଲେ। ରାଜ୍ୟସ୍ତରୀୟ ଏହି ଆଲୋଚନା ଚକ୍ରରେ ୩୦ଟି ମହାବିଦ୍ୟାଳୟର ୫୦ ରୁ ଉର୍ଦ୍ଧ ଅଧ୍ୟାପକ, ଅଧ୍ୟାପିକା, ଗବେଷକ ଓ ଛାତ୍ରଛାତ୍ରୀ ଯୋଗଦେଇ ନିଜ ନିଜର ସନ୍ଦର୍ଭ ଉପସ୍ଥାପନା କରିଥିଲେ। ଓଡ଼ିଆ ଅଧ୍ୟାପିକା ପ୍ରିତିଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ କୁଶଳେସ୍ୱର ସାହୁ, ଅଧ୍ୟାପକ ସୁନୀଲ ହରିପାଲ, ଅଧ୍ୟାପିକା ସେବଶ୍ରୀ ବେହେରା ଓ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ।



