Saturday, March 7, 2026
Homeରାଜ୍ୟଏକ ଅଭିନବ ପଦକ୍ଷେପ: ପଦମପୁର ଶିଶୁମାନଙ୍କ ପାଇଁ ଜେନିଥ୍ ଲିଓର ବିଶାଳ ଦନ୍ତ ଏବଂ ମୁଖ...

ଏକ ଅଭିନବ ପଦକ୍ଷେପ: ପଦମପୁର ଶିଶୁମାନଙ୍କ ପାଇଁ ଜେନିଥ୍ ଲିଓର ବିଶାଳ ଦନ୍ତ ଏବଂ ମୁଖ ସ୍ୱାସ୍ଥ୍ୟ ଶିବିର ।

ପଦ୍ମପୁର-ରଜାପଡା ସ୍ଥିତ ଜେନିଥ୍ ଲିଓ କ୍ୟାମ୍ପସରେ ଏକ ବିଶାଳ ଦନ୍ତ ଏବଂ ମୁଖ ସ୍ୱାସ୍ଥ୍ୟ ଶିବିର ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଏସ୍‌ସିବିର ଖ୍ୟାତନାମା ଏବଂ ଅନୁଭବୀ ଚିକିତ୍ସକ ଡ଼ଃ ଅନିଲ ସାହୁ ଏବଂ ଡ଼ଃ ସୁନିତା ସାହୁ ଉପସ୍ଥିତ ଥିଲେ। ଏହି କ୍ୟାମ୍ପରେ ୩୦୦ରୁ ଅଧିକ ଶିଶୁଙ୍କର ଦନ୍ତ ପରୀକ୍ଷା କରାଯାଇଥିଲା ଏବଂ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା। ଶିଶୁମାନଙ୍କୁ ଦନ୍ତ ସୁରକ୍ଷା ଏବଂ ଭଲ ଦନ୍ତ ସ୍ୱାସ୍ଥ୍ୟ ଅଭ୍ୟାସ ସମ୍ପର୍କରେ ଜାଗୃତ କରିବା ପାଇଁ ଏକ ବିଶେଷ ଅଧିବେଶନ ଆୟୋଜନ କରାଯାଇଥିଲା।

ଏହି ଉଦ୍ୟମକୁ ଉତ୍ସାହିତ କରିବା ପାଇଁ ସମସ୍ତ ଶିଶୁଙ୍କୁ ଶିଶୁ-ମିତ୍ରପୂର୍ଣ୍ଣ ଦନ୍ତ ମଞ୍ଜନ ଓ ବ୍ରସ୍ ଉପହାର ସ୍ବରୂପ ପ୍ରଦାନ କରାଯାଇଥିଲା । ଶିବିର ରେ ଜେନିଥ୍ ଲିଓର ଅଧ୍ୟକ୍ଷ ଡ . ମନୋଜ କୁମାର ପଣ୍ଡା ଏବଂ ସଂଯୋଜିକା ଶ୍ରୀମତୀ ଶୋଭନା ପଣ୍ଡା ,ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଶ୍ରୀଯୁକ୍ତ ପ୍ରତାପ ମିଶ୍ର, ଶ୍ରୀଯୁକ୍ତ ମହମ୍ମଦ ଜାୱେଦ୍ , ଶ୍ରୀଯୁକ୍ତ ପବନ କୁମାର ଅଗ୍ରୱାଲ,ଶ୍ରୀଯୁକ୍ତ ସୁଶାନ୍ତ ରଥ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । ଶିବିର ର ସଫଳ ଆୟୋଜନରେ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

error: Content is protected !!